ସମ୍ବଲପୁର ଜେଲରୁ ମିଳିଲା ପୁଳାପୁଳା ଟଙ୍କା ! ମଣ୍ଡଳ କାରାଗାର ଜେଲରଙ୍କ ଚାମ୍ବରରୁ ପାଖାପାଖି ୧୭ ଲକ୍ଷ ଟଙ୍କା ଜବତ

46

କନକ ବ୍ୟୁରୋ : ଜେଲରୁ ମିଳିଛି ପୁଳାପୁଳା ଟଙ୍କା । ଆଜି ସମ୍ବଲପୁର ମଣ୍ଡଳ କାରାଗାରରେ ଚଢାଉ ବେଳେ ଜେଲର ସୁଶାନ୍ତ ରାଉତଙ୍କ ଚାମ୍ବରରୁ ୧୬ ଲକ୍ଷ ୭୨ ହଜାର ୮୭୦ ଟଙ୍କା ଜବତ ହୋଇଛି । ଆଜି ସକାଳେ ପୋଲିସ ପକ୍ଷରୁ ଜେଲରେ ଚଢାଉ ହୋଇଥିଲା । ଏହି ସମୟରେ ଜେଲରଙ୍କ ଚାମ୍ବରରୁ ଏହି ଟଙ୍କା ମିଳିଥିଲା ।

ଖାଲି ସେତିକି ନୁହେଁ ଏହା ସହ ୯ଟି ମୋବାଇଲ ଓ ବିପୁଳ ମାଦକ ଦ୍ରବ୍ୟ ଜବତ କରିଛି ପୋଲିସ । ତେବେ ଜଣେ ଜେଲରଙ୍କ ଚାମ୍ବରରେ ଏତେ ପରିମାଣର ଟଙ୍କା କୁଆଡୁ ଆସିଲା ଓ ଏହି ଟଙ୍କା କାହାର ସେ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜେଲ’ର ଜଣେ ବରିଷ୍ଠ ଅଧିକାରୀଙ୍କ ଚାମ୍ବରରୁ ଏତେ ଟଙ୍କା ମିଳିବା ପରେ ଏ ନେଇ ଖୋଳତାଡ଼ ଆରମ୍ଭ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –