କଳାରୁ ଧଳା ଭାୟା ବ୍ୟାଙ୍କ୍ ! କୋଟିଏରୁ ଅଧିକ ନୂଆ ପୁରୁଣା ନୋଟ୍ ଜବତ

32

ସମ୍ବଲପୁର : କଳାଧନ ହେଉଥିଲା ଧଳା । ବ୍ୟାଙ୍କ୍ କର୍ମଚାରୀ ସାଜିଥିଲେ ଦଲାଲ୍ । ସାମ୍ନାକୁ ଆସିଲା ଚାଂଚଲ୍ୟକର ଖବର । ନୂଆ ହେଉଥିଲା ପୁରୁଣା ନୋଟ୍ । ସଚଳ ହେଉଥିଲା ଅଚଳ ନୋଟ୍ । ନୋଟ୍ ବ୍ୟାନ୍ ନିଷ୍ପତି ପରେ ଗଢା ହୋଇଥିଲା ନେଟୱର୍କ । ନୋଟ୍ ଦଲାଲିର ନେଟୱର୍କ । ସମସ୍ତେ ହେଲେ ସମ୍ବଲପୁରର । ସେମାନଙ୍କ ପାଖରୁ ଜବତ ହୋଇଛି ୧,୪୨,୯୧୫୦୦ ଟଙ୍କା । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଜବତ ନୋଟ୍ ଭିତରେ ଅଛି ୮୫ଲକ୍ଷ ୬୨ହଜାର ଟଙ୍କାର ନୂଆ ନୋଟ୍ ।

vlcsnap-2016-12-04-19h18m03s019ଦେଶୀ ମଦର ବାଦଶାହ ଜିଆରତ୍ ଅଲ୍ଲୀ ଓ ମହମ୍ମଦ କାଜାଫୀ । ନୋଟ୍ ବ୍ୟାନ୍ ନିଷ୍ପତି ପରେ ଏ ଦୁହିଁଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା । କୋଟି କୋଟିର ଅଚଳ ନୋଟକୁ ବଦଳାଇବାକୁ ଏମାନେ କାଟିଥିଲେ ନକ୍ସା । ଆଉ ଭେଟିଥିଲେ ଷ୍ଟେଟ୍ ବ୍ୟାଙ୍କର ଜନସଂପର୍କ ଅଧିକାରୀ ରଶ୍ମୀରଂଜନ ରାଉତଙ୍କ ବଡ ଭାଇ ପଂକଜକୁ । ମଦ ମାଫିଆଙ୍କ ଲୋଭିଲା କମିଶନ୍ ଏ ଦୁଇ ଭାଇଙ୍କ ଲୋଭକୁ ବଢାଇ ଦେଇଥିଲା ।

vlcsnap-2016-12-04-19h18m52s483ଆଉ ଏଇଠୁ ପ୍ରସ୍ତୁତ ହୋଇଥିଲା ଅଚଳ ନୋଟକୁ ସଚଳ କରିବାର ବ୍ଲୁ ପ୍ରିଂଟ୍ । ଦୁଇ ମଦ ମାଫିଆଙ୍କ ସହ ହାତ ମିଳାଇଥିଲେ ରାଉତ ବ୍ରଦର୍ସ । କମିଶନ ନେଇ କଳାଧନ ଧଳା କଲେ । ମାଲାମାଲ୍ ହେଲେ । ଆଉ ଏସବୁ ଭିତରେ ରାଉତ ଭାଇଙ୍କ ପାଖରେ ଜୁଟିଗଲେ ଆହୁରି ଏଜେଣ୍ଟ୍ । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ରାଉତ ବ୍ରଦର୍ସଙ୍କୁ ମିଶାଇ ୮ ଜଣଙ୍କୁ ଗିରଫ କରିଛି ପୁଲିସ୍ ।

ତେବେ ଏହି ନେଟୱର୍କରେ କେବଳ ଷ୍ଟେଟ୍ ବ୍ୟାଙ୍କର ଅଧିକାରୀ ରଶ୍ମୀରଂଜନ ଅଛନ୍ତି ନା ଅନ୍ୟ କିଛି କର୍ମଚାରୀ ସଂପୃକ୍ତ ସେନେଇ ଖୋଳତାଡ ଆରମ୍ଭ କରିଛି ପୁଲିସ୍ । ସେପଟେ କୁହାଯାଉଛି ଫେରାର୍ ଭୟରେ ପୁଲିସ୍ ଜାଣି ବି ଅନ୍ୟ ଅଭିଯୁକ୍ତଙ୍କ ନାଁ ପଦାକୁ ଆଣୁନି ।

ତେବେ ବ୍ୟାଙ୍କ୍ କର୍ମଚାରୀଙ୍କ ମାର୍ଫତରେ କଳାଧନ ଧଳା ହେବା ଘଟଣା ସାରା ଦେଶରେ ପ୍ରଥମେ ସାମ୍ନାକୁ ଆସିଛି ।