କେନ୍ଦ୍ରମନ୍ତ୍ରୀଙ୍କୁ ଶକ୍ତ ଚାପୁଡା ମାରିଲେ ଯୁବକ । ପରେ ଯୁବକଙ୍କୁ ଧରି ନିସ୍ତୁକ ଛେଚିଲେ ମନ୍ତ୍ରୀଙ୍କ ସମର୍ଥକ, ଭିଡିଓ ଭାଇରାଲ 

242

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀଙ୍କୁ ଶକ୍ତ ଚାପୁଡା । କେନ୍ଦ୍ରମନ୍ତ୍ରୀ ତଥା ରିପବ୍ଲିକ ଅଫ ଇଣ୍ଡିଆର ସଭାପତି ରାମଦାସ ଅଠାବଲେଙ୍କୁ ଯୁବକଙ୍କ ଚାପୁଡା ମାଡ । ଏଭଳି ଘଟଣା ଘଟିଛି ମୁମ୍ବାଇ ଥାନେ ନିକଟସ୍ଥ  ଅମ୍ବରନାଥରେ ।  ଘଟଣା ଅନୁସାରେ, କେନ୍ଦ୍ରମନ୍ତ୍ରୀ  ଏକ କାର୍ଯ୍ୟର୍କ୍ରମରେ ଯୋଗଦେବାକୁ ଅମ୍ବରନାଥ ଯାଇଥିଲେ । ସେଠାରେ ସେ ମଂଚରୁ ଓହ୍ଲାଇବାବେଳେ ଯୁବକ ତାଙ୍କୁ ଚାପୁଡା ମାରିଥିଲେ ।  ଏହି ସମୟରେ ଯୁବକ ସେହି ସ୍ଥାନ ଛାଡି ଦୌଡି ପଳାଉଥିବାବେଳେ  ଅଠବଲେଙ୍କ ସମର୍ଥକ  ତାଙ୍କୁ ଧରି ନିସ୍ତୁକ ମାଡ ମାରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।


ମରାଠା ସଂରକ୍ଷଣକୁ ନେଇ କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ବୟାନ ଦେଇଥିଲେ । ସେ କହିଥିଲେ, ରାଜ୍ୟ ସରକାର ଯେଭଳି ସଂରକ୍ଷଣ ଦେଇଛନ୍ତି, ତାହା ଆଇନସମ୍ମତ ନୁହେଁ ।  ଏହି ମନ୍ତବ୍ୟ ପରେ  କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେଙ୍କ ଉପରେ ଆକ୍ରମଣ ହୋଇଛି । ଏହାପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲଙ୍କୁ ଦିଲ୍ଲୀର ସଚିବାଳୟ ମଧ୍ୟରେ ଜଣେ ଯୁବକ ଲଙ୍କା ଗୁଣ୍ଡ ପକାଇ ଆକ୍ରମଣ କରିଥିଲେ ।