ଚଳନ୍ତା ଟ୍ରେନରେ ଚଢୁଥିଲା ଏହି ବ୍ୟକ୍ତି ! ଘଟିଲା କିଛି ଏଭଳି ଘଟଣା, ଯବାନଙ୍କ ସାହସିକତା ପାଇଁ ମୃତ୍ୟୁମୁଖରୁ ଫେରିଲା ଜୀବନ ।

30

ମୁମ୍ବାଇରେ ଜଣେ ବ୍ୟକ୍ତି ଏକ ଚଳନ୍ତା ଟ୍ରେନରେ ଚଢିବାକୁ ପ୍ରୟାସ କରୁଥିବା ବେଳେ ଘଟିଥିଲା କିଛି ଏଭଳି ଘଟଣା । ଅଳ୍ପକେ ବର୍ତ୍ତି ଯାଇଥିଲା ଏହି ବ୍ୟକ୍ତିଙ୍କର ଜୀବନ । ଆରପିଏଫର ଜଣେ ଯବାନ ନିଜ ସାହସିକତାର ପ୍ରମାଣ ଦେବା ସହ ଏହି ବ୍ୟକ୍ତିଙ୍କୁ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ଫେରାଇ ଆଣିଛନ୍ତି । ଏହି ଘଟଣାର ପୁରା ଭିଡିଓ ଷ୍ଟେସନରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା ଏବଂ ଏବେ ଏହା ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣା ଜୁଲାଇ ୧୪ ତାରିଖରେ ହୋଇଥିବା କୁହାଯାଉଛି । ପନବେଲ ରେଲୱେ ଷ୍ଟେସନରେ ରବି ବାଲୁ ନାମକ ଜଣେ ବ୍ୟକ୍ତି ଏକ ଚଳନ୍ତା ଟ୍ରେନରେ ଚଢିବାକୁ ପ୍ରୟାସ କରିଥିଲେ । କିନ୍ତୁ ଟ୍ରେନଟି ଦ୍ରୁତ ଗତିରେ ପହଞ୍ଚିଯାଇଥିଲା ଆଉ ଠିକ୍ ଏହି କାରଣରୁ ବ୍ୟକ୍ତିଜଣଙ୍କ ପ୍ଲାଟଫର୍ମରେ ଘୋଷାଡି ହୋଇଯାଇଥିଲେ ।

ଏହା ପୂର୍ବରୁ କି ସେ ରେଲୱେ ଟ୍ରାକରେ ପଡିଯାଇଥାନ୍ତେ, ସେଠାରେ ଉପସ୍ଥିତ ଥିବା ଆରପିଏଫ ଯବାନ ବିନୋଦ ସିନ୍ଦେ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ନିଜର ଜୀବନକୁ ବାଜି ଲଗାଇ ସେମାନେ ଏହି ବ୍ୟକ୍ତିଙ୍କର ଜୀବନ ବଞ୍ଚାଇଥିଲେ । ଏବଂ ଏଥିରେ ଯବାନ ଜଣଙ୍କ ମଧ୍ୟ ସାମାନ୍ୟ ଆହାତ ହୋଇଛନ୍ତି । ଏହି ପୁରା ଘଟଣା ଷ୍ଟେସନରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । ଏବେ ଅନେକ ଜାଗାରୁ ବିନୋଦଙ୍କ ପାଖକୁ ଛୁଟୁଛି ଅଭିନନ୍ଦନର ସୁଅ ଏବଂ ତାଙ୍କର ଏହି ସାହସିକତା ପାଇଁ ତାଙ୍କୁ ମିଳୁଛି ଅନେକ ପ୍ରଶଂସା ।