ଘୁଞ୍ଚିଲା RPF SI ପରୀକ୍ଷା ତାରିଖ ! ଜାଣନ୍ତୁ କେବେ ହେବ ପରୀକ୍ଷା ।

197

ଆରପିଏଫରେ ସବ୍ ଇନ୍ସପେକ୍ଟର ପଦ ପାଇଁ ହେବାକୁ ଥିବା କମ୍ପ୍ୟୁଟର ବେସଡ୍ ଟେଷ୍ଟ ବା ସିବିଟି ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏହି ପରୀକ୍ଷା ଜାନୁଆରୀ ୯ ତାରିଖରେ ହେବାର ଥିଲା । ଅଫିସିଆଲ୍ ଷ୍ଟେଟମେଣ୍ଟରେ କୁହାଯାଇଛି ଯେ, ୯ ତାରିଖରେ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇଛି । ଏବଂ ଏହି ଅନଲାଇନ୍ ପରୀକ୍ଷାର ତାରିଖକୁ ଆଗକୁ ଘୁଞ୍ଚାଇ ଦିଆଯାଇଛି ।

ତେବେ କେବେ ଏହି ପରୀକ୍ଷା ଅନୁଷ୍ଠିତ ହେବ ତାହା ଅଫିସିଆଲ୍ ୱେବସାଇଟ୍ si.rpfonlinereg.org ରେ ଜାରି କରାଯିବ । ଏହା ସହ ପରୀକ୍ଷାର୍ଥୀଙ୍କୁ ଏସଏମଏସ ଜରିଆରେ ମଧ୍ୟ ସୂଚନା ପ୍ରଦାନ କରାଯିବ । ସେହିପରି କେରଳରେ ବ୍ୟାପିଥିବା ଅଶାନ୍ତି କାରଣରୁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା । ଏଠାରେ ଜାନୁଆରୀ ୫ ତାରିଖରେ ପରୀକ୍ଷା ହେବାର ଥିଲା । ଯାହାକି ଅନୁଷ୍ଠିତ ହୋଇଛି । ଏହି ପରୀକ୍ଷା ମାଧ୍ୟମରେ ଆରପିଏଫ ଏବଂ ରେଳବାଇର ସ୍ୱତନ୍ତ୍ର ଫୋର୍ସ ପାଇଁ ୯୭୩୯ଟି ପଦରେ ନିଯୁକ୍ତି କରାଯିବ । ତେବେ ଏହି ପରୀକ୍ଷା ୧୫ଟି ଅଲଗା ଅଲଗା ଭାଷାରେ ପରିଚାଳନା କରାଯିବ ।