ଟ୍ରେନ ଚକା ତଳୁ ଫେରିଆସିଲା ଜୀବନ ! ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ଯାତ୍ରୀ ଜଣଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ଆରପିଏଫ କନେଷ୍ଟବଳ

305

କନକ ବ୍ୟୁରୋ: ଟ୍ରେନ ଚକା ତଳୁ ଫେରିଆସିଲା ଜୀବନ । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଲେ ଯାତ୍ରୀ । ଭୁବନେଶ୍ୱର ରେଳ ଷ୍ଟେସନରେ ମୃତ୍ୟୁ ମୁଖରୁ ଜଣେ ଯାତ୍ରୀଙ୍କୁ ଆରପିଏଫ କନେଷ୍ଟବଳ କିପରି ରକ୍ଷା କରୁଛନ୍ତି ତାହାର ସିସିଟିଭି ଫୁଟେଜ ଏବେ ସାମନାକୁ ଆସିଛି । ଟ୍ରେନ ଚାଲୁଥିବା ସମୟରେ ଯାତ୍ରୀ ଜଣକୁ ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରୁଥିବା ସମୟରେ ପ୍ଲାଟଫର୍ମ ଓ ଟ୍ରେନ ଗ୍ୟାପ ମଧ୍ୟରେ ଖସିପଡିଥିଲେ ଯାତ୍ରୀ ଜଣକ ।

 

ସେହି ସମୟରେ ଚାଲିଚାଲି ଯାଉଥିବା ଆରପିଏଫ କନେଷ୍ଟବଳ ଜଣକ ଯାତ୍ରୀ ଜଣଙ୍କୁ ସଂଗେ ସଂଭେ ଭିଡି ଆଣିଥିଲେ । ଫଳରେ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତିଯାଇଥିଲା । ନାଜିର ମଲ୍ଲିକ ନାମକ ଯାତ୍ରୀ ଜଣକ ଭୁବନେଶ୍ୱର ଭଦ୍ରକ ମେମୁ ଟ୍ରେନରେ ଭୁବନେଶ୍ୱର ଆସୁଥିଲେ । ଅପରାହ୍ନ ୫ଟା୪୮ ମିନିଟରେ ନାଜିର ଚଳନ୍ତା ଟ୍ରେନରୁ୨ ନମ୍ବର ଫ୍ଲାଟ ଫର୍ମରେ ଡେଇଁ ପଡିଥିଲେ । ସେ ପ୍ଲାଟ ଫର୍ମ ଓ ଟ୍ରେନ ଭିତରେ ଥିବା ଗ୍ୟାପରେ ଅଧା ଫସି ଯାଇଥିବା ବେଳେ ଆରପିଏଫ କନେଷ୍ଟବଳ ଜଣକ ଯାତ୍ରୀ ଜଣଙ୍କୁ ଭିଡି ଆଣିଥିଲେ ।