ଦେବଦୂତ ସାଜିଲେ କନଷ୍ଟେବଳ ! ଚଳନ୍ତା ଟ୍ରେନର ତଳେ ପଡିଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲେ

111

କନକ ବ୍ୟୁରୋ : ଠିକ ସମୟରେ ଆସି ଜୀବନ ବଂଚାଇଦେଲେ କନଷ୍ଟେବଳ । ଚଳନ୍ତା ଟ୍ରେନର ତଳେ ପଡିଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲେ ଆରପିଏଫ କନେଷ୍ଟବଳ । ଚଳନ୍ତା ଟ୍ରେନର ଜେନେରାଲ ବଗିକୁ ଉଠିବା ପାଇଁ ଚେଷ୍ଟା କରୁଥିବା ବେଳେ ଯାତ୍ରୀ ଜଣଙ୍କର ଗୋଡ ଖସି ଯାଇଥିଲା । ଏହି ସମୟରେ ସାହସିକତାର ସହ ବ୍ୟକ୍ତି ଜଣକୁ ଉଦ୍ଧାର କରିଥିଲେ ଆରପିଏଫ କନଷ୍ଟେବଳ ସୁମନ । ଘଟଣାଟି ଘଟିଛି ସୋମବାର ଦିନ ଚେନ୍ନାଇର ଏଗମୋରା ରେଳ ଷ୍ଟେସନରେ । ରାମେଶ୍ୱରମରୁ ଫୈଜାବାଦ ଯାଉଥିବା ଶ୍ରଦ୍ଧା ସେତୁ ଏକ୍ସପ୍ରେସ ସୋମବାର ଦିନ ଗୋଟିଏ ବେଳେ ପ୍ଲାଟଫର୍ମରୁ ଯାତ୍ରା ଆରମ୍ଭ କରୁଥିବା ସମୟରେ ଏହି ଘଟଣା ଘଟିଛି ।

ଏହି ସମୟରେ ଯାତ୍ରୀ ଜଣକ ଚଳନ୍ତା ଟ୍ରେନର ଜେନେରାଲ ବଗିକୁ ଉଠିବା ପାଇଁ ପ୍ରୟାସ କରୁଥିବା ବେଳେ ତାଙ୍କ ଗୋଡ ଖସିଯାଇଥିଲା ଏବଂ ସେ ଚଳନ୍ତା ଟ୍ରେନ ଓ ପ୍ଲାଟଫର୍ମ ମଧ୍ୟରେ ଥିବା ଫାଙ୍କା ସ୍ଥାନକୁ ଖସିପଡିଥିଲେ । ଠିକ୍ ଏହି ସମୟରେ ସେଠାରେ ଉପସ୍ଥିତ ଥିବା କନଷ୍ଟେବଳ ସୁମନ ସାହସିକତାର ସହ ବ୍ୟକ୍ତି ଜଣଙ୍କ ହାତକୁ ଧରି ସେଠାରୁ ଟାଣି ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।

ତେବେ ଏହି ଦୃଶ୍ୟ ରେଳ ଷ୍ଟେସନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । କନଷ୍ଟେବଳ ସୁମନ ବ୍ୟକ୍ତି ଜଣକୁ ଉଦ୍ଧାର କରିବା ପରେ ସେ କିଛି ସମୟ ଧରି କିଛି କହିପାରିନଥିଲେ । ଏବଂ ଷ୍ଟେସନରୁ ବାହାରକୁ ଚାଲିଯାଇଥିଲେ । ଆରପିଏଫ କନଷ୍ଟେବଳ ସୁମନଙ୍କ ଏହି ସାହସିକତାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାସହ ଲୋକେ ସୁମନଙ୍କ ସାହସିକତାକୁ ପ୍ରଶଂସା କରୁଛନ୍ତି ।