ବଜାରକୁ ଆସିଲା ଦୁନିଆର ସବୁଠାରୁ ପ୍ରଥମ ଫୋଲ୍ଡଡେଡ୍ ମୋବାଇଲ ! ରହିଛି ଜବରଦସ୍ତ ଫିଚର୍ସ ।

357

ବିଭିନ୍ନ ମୋବାଇଲ କମ୍ପାନୀ ଗୁଡିକ ପକ୍ଷରୁ ଦିନକୁ ଦିନ ପ୍ରତିଯୋଗିତା ଭାବରେ ନୂଆ ନୂଆ ମୋବାଇଲ ଫୋନ ବଜାରକୁ ଛଡାଯାଉଛି । ତେବେ ବିଗତ କିଛି ଦିନ ଧରି ବଡ ବଡ ମୋବାଇଲ କମ୍ପାନୀ ପକ୍ଷରୁ ଫୋଲ୍ଡ ହୋଇ ପାରୁଥିବା ମୋବାଇଲ ଫୋନ ବଜାରକୁ ଆଣିବା ନିମନ୍ତେ ଯୋଜନା କରାଯାଇ କାମ ଚାଲିଛି । ଭାରତରେ ବିଭିନ୍ନ ବଡ କମ୍ପାନୀ ଏଭଳି ମୋବାଇଲ ଆଣିବା ପାଇଁ ଯୋଜନା କରୁଥିବା ବେଳେ ଚୀନର ଏକ ପ୍ରାଇଭେଟ୍ କମ୍ପାନୀ ବଜାରରେ ଏଭଳି ମୋବାଇଲ୍ ଫୋନ ଲଞ୍ଚ କରିଛି । ଚୀନର ଏକ କମ୍ପାନୀ ରୋୟୋଲେ କର୍ପୋରେସନ୍ ପକ୍ଷରୁ ଏଭଳି ମୋବାଇଲ ଫୋନ ଲଞ୍ଚ ହୋଇଛି । ଏହି ମୋବାଇଲର ନାଁ ରଖାଯାଇଛି ଫ୍ଲେକ୍ସପାଏ ।

ଏହି ମୋବାଇଲ ଫୋନଟି ସାଧାରଣ ସ୍ମାର୍ଟଫୋନ ଅପେକ୍ଷା ଟିକେ ଅଧିକ ବଡ ରହିଛି । କିନ୍ତୁ ଏହା ଫୋଲ୍ଡ ହୋଇପାରୁଥିବା କାରଣରୁ ଆପଣ ଏହାକୁ ସ୍ମାର୍ଟଫୋନ ଏବଂ ଟାବଲେଟ୍ ଉଭୟ ଭାବରେ ବ୍ୟବହାର କରିପାରିବେ । ଏଥିରେ ଆପଣଙ୍କୁ ଆମୋଲେଡ୍ ଡିସପ୍ଲେ ମଧ୍ୟ ମିଳିବ । ଏହି ମୋବାଇଲର ଡିସପ୍ଲେ ୭.୮ ଇଞ୍ଚ ରହିଛି । କିନ୍ତା ଏହା ଫୋଲ୍ଡ ହେବା ପରେ ୪ ଇଞ୍ଚ ପର୍ଯ୍ୟନ୍ତ ଛୋଟ ହୋଇଯାଇଥାଏ । ଏଥିରେ ଡୁଆଲ କ୍ୟାମେରା ମଧ୍ୟ ରହିଛି । ଏବଂ ଏଥିରେ ସ୍ମାର୍ଟ ଚାର୍ଜିଂ ଟେକ୍ନୋଲୋଜି ମଧ୍ୟ ରହିଛି । ଯାହାଦ୍ୱାରା ଏହି ମୋବାଇଲରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ମାତ୍ର ୧ ଘଣ୍ଟାରେ ହୋଇଥାଏ । ଏଥିରେ ଆପଣଙ୍କୁ ୟୁଏସବି ଟାଇପ ସି ସପୋର୍ଟ ମଧ୍ୟ ମିଳିବ । ଏହି ମୋବାଇଲର ପ୍ରାରମ୍ଭିକ ମୂଲ୍ୟ ଚୀନ ମୁଦ୍ରା ଅନୁଯାୟୀ, ୮,୯୯୯ (ପାଖାପାଖି ୯୫,୦୦୦ ଟଙ୍କା) ରହିଛି ।