ଆସିଲା ରୟାଲ ଏନଫିଲ୍ଡ କ୍ଲାସିକ୍ ୫୦୦ କଲେକ୍ଟିଭ୍ କଲେକ୍ସନ୍ ! ଜୁନ୍ ୧୦ରୁ ଅନଲାଇନରେ ଆରମ୍ଭ ହେବ ବୁକିଂ, ବାଇକ ସହ ମିଳିବ ଅନେକ ଉପହାର ।

96
ବାଇକ ପ୍ରେମୀଙ୍କ ପାଇଁ ରୟାଲ ଏନଫିଲ୍ଡ ଆଣିଛି ନୂଆ ଉପହାର । ବଜାରକୁ ଆସିଲା ରୟାଲ ଏନଫିଲ୍ଡ କ୍ଲାସିକ୍ ୫୦୦ ପେଗାସସ୍ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟର ଏକ ଘଟଣାକୁ ନେଇ ଏହି ବାଇକର ଡିଜାଇନ କରାଯାଇଛି । ରୟାଲ ଏନଫିଲ୍ଡର ଏହି କ୍ଲାସିକ୍ ମଡେଲ ହେଉଛି କଲେକ୍ଟିଭ୍ ଏଡିସନ୍ ଯାହାର କେବଳ ୧୦୦୦ଟି ବାଇକ ବଜାରକୁ ଆସିବ ।
ତେବେ ଏଥି ମଧ୍ୟରୁ ମାତ୍ର ୨୫୦ଟି ବାଇକ୍ ଭାରତରେ ଉପଲବ୍ଧ ହେବ । ଚଳିତ ମାସ ୧୦ତାରିଖରୁ ଅନଲାଇନ ଜରିଆରେ ଗ୍ରାହକ ଏହି ବାଇକ ବୁକ୍ କରିପାରିବେ । ଭାରତରେ ଏହାର ମୂଲ୍ୟ ପାଖାପାଖି ଅଢେଇ ଲକ୍ଷ ଟଙ୍କା ରହିଛି । ଏହି ବାଇକ ସହିତ କମ୍ପାନୀ ଗ୍ରାହକଙ୍କୁ ଜ୍ୟାକେଟ୍, ବ୍ୟାଗ୍, ହେଲମେଟ୍ ଇତ୍ୟାଦି ଯୋଗାଇଦେବ । ତେବେ ବାଇକଟି ଅତ୍ୟନ୍ତ ଷ୍ଟାଇଲିସ ହୋଇଥିବା ବେଳେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟର ଏକ ଘଟଣାକୁ ନେଇ ବାଇକର ଡିଜାଇନ କରାଯାଇଛି ।