ମହାନଦୀ ପ୍ରସଙ୍ଗରେ ମହାବନ୍ଦ : ସାରା ରାଜ୍ୟରେ କଂଗ୍ରେସ୍ ଜାରି କଲା କର୍ଫ୍ୟୁ

65

କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗରେ କଂଗ୍ରେସର ମହାବନ୍ଦ । ୧୨ ଘଂଟା ପାଇଁ ଅଚଳ ହୋଇପଡିଲା ସାରା ଓଡିଶା । ହେଲେ କାହାପାଇଁ ଏ ବନ୍ଦ । ଛତିଶଗଡକୁ ତାଗିଦ କରିବାକୁ ନା ରାଜ୍ୟ ସରକାରଙ୍କୁ ଚେତାଇ ଦେବାକୁ, ତା ଉତ୍ତର କାହା ପାଖରେ ନଥିଲା । ତେବେ ବନ୍ଦ ନାଁରେ କଂଗ୍ରେସ କର୍ମୀ କରିଥିଲେ ଗୁଣ୍ଡାରାଜ । ଭଂଗାରୁଜା, ମାରପିଟ୍ । ଅନେକ ସ୍ଥାନରେ କର୍ମୀଙ୍କ ନାଲି ଆଖି ସାଧାରଣ ଲୋକଙ୍କୁ ଆତଙ୍କିତ କରିଥିଲା । ଏପରିକି ରାଜଧାନୀରେ ପୋଲିସ ଓ ନେତା ମୁହାଁମୁହିଁ ହୋଇଥିଲେ ।