ରାଉରକେଲାରୁ ଝାଡଖଣ୍ଡ ଯାତାୟାତ ବନ୍ଦ ! ମାଓବାଦୀଙ୍କ ବନ୍ଦ ଡାକରା ଯୋଗୁଁ ବସ ଚଳାଚଳ ବାଧାପ୍ରାପ୍ତ

19

କନକ ବ୍ୟୁରୋ : ରାଉରକେଲାରୁ ଝାଡଖଣ୍ଡ ଯାଉଥିବା ସମସ୍ତ ବସ ବନ୍ଦ । ପିଏଲଏଫଙ୍କ ବନ୍ଦ ଡାକରା ଯୋଗୁଁ ରାଉରକେଲାରୁ ବିହାର ଓ ଝାଡଖଣ୍ଡକୁ ବସ ଚଳାଚଳ ବନ୍ଦ ରହିଛି । ଫଳରେ ଯାତ୍ରୀମାନେ ବହୁ ହଇରାଣ ହୋଇଛନ୍ତି । ପାଖାପାଖି ୪୦ଟି ବସ ଚଳାଚଳ ବନ୍ଦ ରହିଛି । ଓଡିଶା-ଝାଡଖଣ୍ଡ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।