ରାଉରକେଲା : ଲହୁଣୀପଡାର ସୋଏମ୍ବାରେ ସ୍କୁଲ ଅଟୋକୁ ଧକ୍କା ଦେଲା ଡମ୍ପର, ୩ ଜଣ ଛାତ୍ରଛାତ୍ରୀଙ୍କ ସମେତ ଡ୍ରାଇଭର ମୃତ

29

କନକ ବ୍ୟୁରୋ : ରାଉରକେଲା ଲହୁଣୀପଡାର ସୋଏମ୍ବାରେ ଦୁର୍ଘଟଣା । ସ୍କୁଲ ଅଟୋକୁ ଧକ୍କା ଦେଇଛି ଡମ୍ପର । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । କେ.ବଲାଙ୍ଗ ସୋଏମ୍ବା ନିକଟରେ ଅଟୋଟିକୁ ସାମ୍ନା ପଟୁ ଧକ୍କା ଦେଇଛି ଡମ୍ପର । ଘଟଣାସ୍ଥଳରେ ୩ ଜଣ ଛାତ୍ରଛାତ୍ରୀଙ୍କ ସମେତ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଏଥରେ ୫ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଲହୁଣୀପଡା ମେଡିକାଲରେ ଭର୍ତ୍ତି କରାଯାଇଛି ।