ରାଉରକେଲାକୁ ସ୍ମାର୍ଟ ସିଟି ମାନ୍ୟତା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ପଠାଇବ ରାଜ୍ୟ

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚଳିତ ମାସ ଶେଷ ସୁଦ୍ଧା ରାଉରକେଲାକୁ ସ୍ମାଟ ସିଟି ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇବେ ରାଜ୍ୟ ସରକାର । ଏନେଇ ଆଜି ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାକରେ ସଚିବାଳୟରେ ଅନ୍ତରୀମ ବୈଠକ ଅନୁଷ୍ଠିତ ହୋଇଛି । ରାଉରକେଲାର ଶିକ୍ଷା ବ୍ୟବସ୍ଥା, ଅର୍ଥନୀତି, ରୋଜଗାର ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁସଙ୍ଗିକ ଦିଗ ଉପରେ ଆଲୋଚନା ହୋଇଛି । ଜୁନ୍ ୨୫ ତାରିଖରେ ଚୁଡାନ୍ତ ବୈଠକ କରି ସବିଶେଷ ରିପୋର୍ଟ କେନ୍ଦ୍ରକୁ ପଠାଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ କହିଛନ୍ତି । ସେପଟେ ରାଉରକେଲାରେ ଉତ୍କଟ ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ ଇବ୍ ନଦୀ ଉପରେ ଏକ ବ୍ୟାରେଜର ବ୍ୟବସ୍ଥା କରାଯିବ ବୋଲି ସୁନ୍ଦରଗଡ ଜିଲ୍ଲାପାଳ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୪୬ତମ ସ୍ଥାନରେ ଥିବାରୁ ସ୍ମାଟ ସିଟି ତାଲିକାରୁ ବାଦ୍ ପଡିଥିଲା ରାଉରକେଲା । ଦ୍ୱିତୀୟ ପର୍ଯ୍ୟାୟରେ ୬୦ରୁ ଅଧିକ ସହର ସହ ରାଉରକେଲା ପ୍ରତିଯୋଗିତା କରିବ ।