ପାପ ଦେଖିଥିଲା ପିତାମହଲ୍! ସଇତାନଙ୍କ ମୁହଁରେ ଗଣଦୁଷ୍କର୍ମର କାହାଣୀ

92

ରାଉରକେଲା : ରାସ୍ତା ଦେଖାଉ ଦେଖାଉ ଗଣ ଦୁଷ୍କର୍ମ । ରାଉରକେଲାରୁ ଆସିଛି ଏମିତି ଏକ ସାଂଘାତିକ ଘଟଣା । ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । ଗତ ୧୬ ତାରିଖରେ ପିତାମହଲ୍ ଡ୍ୟାମ୍ ନିକଟକୁ ବୁଲିବାକୁ ଯାଇଥିବା ଏକ ଦମ୍ପତି ରାକ୍ଷସଙ୍କ ହାବୁଡରେ ପଡିଯାଇଥିଲେ । ସେହି ୫ ସଇତାନଙ୍କୁ ପୁଲିସ ଗିରଫ କରିବା ପରେ ସେମାନଙ୍କ ମୁହଁରୁ ଶୁଣିଛି, ସେହି କାଳ ସନ୍ଧ୍ୟାର କଥା ।

୧୬ ନଭେମ୍ବର ୨୦୧୬ । ବାଇକ୍ ଧରି ବୁଲିବାକୁ ଯାଇଥିଲେ ବୀରମିତ୍ରପୁର ଅଂଚଳର ଦମ୍ପତି । ହେଲେ ନିର୍ଜନ ଜଙ୍ଗଲରେ ବାଟବଣା ହୋଇଥିଲେ । ଆଉ ବାଟ ଦେଖାଇ ଦେବାକୁ ଏହି ବ୍ୟକ୍ତିଙ୍କ ସହଯୋଗ ଲୋଡିଥିଲେ । ହେଲେ ରାସ୍ତା ଦେଖାଉ ଦେଖାଉ ପାପ ସବାର୍ ହୋଇଥିଲା ଏହି ସଇତାନଙ୍କ ମୁଣ୍ଡରେ । ପ୍ରଥମେ ସ୍ୱାମୀଙ୍କୁ ନିର୍ଦ୍ଧୁମ୍ ମାଡ ମାରିବା ପରେ ସ୍ତ୍ରୀଙ୍କୁ ଗଣ ଦୁଷ୍କର୍ମ କରିଥିଲେ ।

ଆଉ ପାପୀଙ୍କ ଚିତ୍କାରରେ କମ୍ପିଥିଲା ପିତାମହଲ୍ ଡ୍ୟାମ୍ । ସ୍ୱାମୀଙ୍କ ସାମ୍ନାରେ ସ୍ତ୍ରୀ ହେଲା ବବସ୍ତ୍ରା । ଆଉ ପତିଙ୍କ ଆଗରେ ଲୁଟ୍ ହେଲା ପତ୍ନୀର ଇଜ୍ଜତ । ଆଉ ଏ ଭୟାନକ କାହାଣୀର ସାକ୍ଷୀ ସାଜିଥିଲା ନିର୍ଜନ ଜଙ୍ଗଲ । ଏପରିକି ପାଖରେ ଥିବା ମୋବାଇଲ୍ ଓ ଟଙ୍କାକୁ ବି ଛଡାଇ ନେଇଥିଲେ ଅଭିଯୁକ୍ତ ।

ଏନେଇ ପରଦିନ ବ୍ରାହ୍ମଣୀତରଙ୍ଗ ଥାନାରେ ଏତଲା ଦେଇଥିଲେ ଏହି ଦମ୍ପତି । ଏବେ ରାଉରକେଲା ପୁଲିସ୍ ହାଜତରେ ପାଂଚ ସଇତାନ ସୁରେଶ, କାଳିଆ, ବିରଂଚି, ସନ୍ତୋଷ ଓ ପ୍ରକାଶ ।