ରାଉରକେଲା ବ୍ୟାଙ୍କ କଲୋନୀ ହତ୍ୟାକାଣ୍ଡ : ସ୍ତ୍ରୀକୁ ମାରିବାକୁ ସ୍ୱାମୀ ଦେଇଥିଲା ସୁପାରୀ

55

5କନକ ବ୍ୟୁରୋ : ଜଣେ ଥିଲେ ଭାଉଜ । ଆଉ ଜଣେ ଥିଲା ପ୍ରେମିକା । ଏ ଦୁହିଁଙ୍କ ସହ ପାପ ଦୁନିଆରେ ମସଗୁଲ୍ ତିଲା ଏ ସ୍ୱାମୀ ରୂପୀ ସଇତାନ୍ । ଆଉ ଅବୈଧ ପ୍ରେମର ନିଶାରେ ମାତାଲ୍ ହୋଇ ଦିନେ ସ୍ୱାମୀ କଲା ସ୍ତ୍ରୀ ହତ୍ୟାର ଷଡଯନ୍ତ୍ର । ଡାକି ଆଣିଲା ଝାଡଖଣ୍ଡର ସୁପାରୀ କିଲରଙ୍କୁ । ଯେଉଁମାନେ ଟଙ୍କାର ଶୋଷ ମେଂଟାଇବାକୁ ମଣିଷ ରକ୍ତ ବି ପିଇ ପାରନ୍ତି । ଯେଉଁମାନେ ମାତ୍ର କିଛି ଟଙ୍କା ବିନିମୟରେ ଖୁନ୍ କରି ଦେଇ ପାରନ୍ତି ।

7ଏହି ତିନି ସୁପାରୀ କିଲରଙ୍କୁ ୨ଲକ୍ଷ ଟଙ୍କା ଦେଇ ଡାକି ଆଣିଥିଲେ ରାଉରକେଲା ଷ୍ଟେଟବ୍ୟାଙ୍କର ଡେପୁଟି ମ୍ୟାନେଜର କମଳ ଓରାମ୍ । ଆଉ ୭ ତାରିଖ ସଂଧ୍ୟାରେ ଘରେ କେହି ନଥିବା ବେଳେ ସୁପାରୀ କିଲର ନୃସଂଶ ଭାବେ ହତ୍ୟା କରିଥିଲେ କମଳଙ୍କ ସ୍ତ୍ରୀ ଜାନକୀଙ୍କୁ ।

vlcsnap-2016-09-19-19h50m21s956ଏ ସେହି ସଇତାନ ସ୍ୱାମୀର ଫଟୋ । ଯିଏ ବିବାହ କରିଥିଲା । ଦୁଇ ଦୁଇଟା ପିଲାଙ୍କ ବାପା ବି ବନିଥିଲା । ହେଲେ ନିଜ ଭାଉଜ ସୋଲିଆଙ୍କ ପ୍ରେମରେ ମାତାଲ୍ ଥିଲା । କେବଳ ଭାଉଜ ନୁହେଁ ଅନ୍ୟ ଜଣେ ମହିଳା ରୀତା କେରକେଟାଙ୍କୁ ବି ପକାଇଥିଲା ନିଜ ଅବୈଧ ପ୍ରେମର ଜାଲରେ । ଏ ଦୁହିଁଙ୍କ ପ୍ରରୋଚନାରେ ସ୍ୱାମୀ କମଳ ଖୋଜୁଥିଲା ହତ୍ୟାର ବାଟ । ପ୍ରଥମେ ଗୁଣି ଗାରେଡି କରି ମାରିବାକୁ ଚାହିଁଥିଲା । ଆଉ ଫେଲ ମାରିଲା ପରେ ସୁପାରୀ କିଲରଙ୍କୁ ବହିନା ଦେଇଥିଲା ।

vlcsnap-2016-09-19-19h48m53s781ପୁଲିସ୍ ଷଡଯନ୍ତ୍ରକାରୀ ସ୍ୱାମୀ କମଳ ,ଭାଉଜ ସୋଲିଆ ,ପ୍ରେମିକା ରୀତା ଓ ତିନି ଜଣ ସୁପାରୀ କିଲରଙ୍କୁ ଗିରଫ କରିଛି । ଏହାସହ ହତ୍ୟାରେ ବ୍ୟବହୃତ କାରକୁ ମଧ୍ୟ ଜବତ କରିଛି ।

ଦେଖନ୍ତୁ ଏହି ଭିଡିଓ –