ରାଉରକେଲା ବ୍ୟାଙ୍କ କଲୋନୀରେ ମହିଳାଙ୍କୁ ହତ୍ୟା ମାମଲା : ମହିଳାଙ୍କ ସ୍ୱାମୀ ସମେତ ୭ ଜଣ ଗିରଫ

32

ରାଉରକେଲା : ସ୍ୱାମୀ ଦେଲା ସ୍ତ୍ରୀର ସୁପାରୀ । ରାଉରକେଲା ଷ୍ଟେଟ ବ୍ୟାଙ୍କ ଅଧିକାରୀଙ୍କ ପତ୍ନୀଙ୍କ ହତ୍ୟା ଘଟଣାରେ ଏଭଳି ଏକ ସନ୍ଦେହକୁ ନେଇ ଚର୍ଚ୍ଚା । ଆଜି ପୁଲିସ ଏହି ହତ୍ୟା ମାମଲାରେ ୩ ଜଣ ସୁପାରୀ କିଲରଙ୍କୁ ଅଟକ ରଖିଛି ।  ସନ୍ଦେହ କରାଯାଉଛି ଏହି ହତ୍ୟା ଘଟଣା ପାଇଁ ତାଙ୍କ ସ୍ୱାମୀ ସୁପାରୀ ଦେଇଥିଲେ । ପୁଲିସ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଅଟକ ରଖିଛି ।  ଛେଣ୍ଡ ଥାନା ପୁଲିସ ମହିଳାଙ୍କ ସ୍ୱାମୀ କମଳ ଓରାମଙ୍କ ସମେତ ୭ ଜଣଙ୍କୁ ଅଟକ ରଖିଛି । ଅଟକ ବ୍ୟକ୍ତିଙ୍କ ଭିତରେ ୩ ମହିଳା ଓ ୩ ଜଣ ସୁପାରି କିଲର ଥିବା ଜଣାପଡିଛି ।

ଗତ ୭ ତାରିଖ ଦିନ ମହିଳାଙ୍କୁ ହତ୍ୟା କରାଯାଇଥିଲା । ଘର ଭିତରେ ତାଙ୍କୁ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପୁଲିସ କିଏ ଓ କାହିଁକି ହତ୍ୟା କଲା, ତାର ଉତର ଜାଣିବାକୁ ଛାନଭିନ୍ ଜାରି ରଖିଛି ।

ତେବେ ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତି କରି ତଦନ୍ତ କରୁଛି ଛେଣ୍ଡ ଥାନା ପୁଲିସ । ତେବେ ଏହା ପଛରେ ଏକ ଅବୈଧ ପ୍ରେମ ସଂପର୍କର କରୁଣ କାହାଣୀ ଲୁଚି ରହିଥିବା ପୁଲିସ ସନ୍ଦେହ କରୁଛି। ଏଥିପାଇଁ କମଳ ସୁପାରୀ ଦେଇ ସ୍ତ୍ରୀ ଜାନକୀ ଓରାମଙ୍କୁ ହତ୍ୟା କରାଇଥିବା ନେଇ ସନ୍ଦେହ କରାଯାଇଛି । ସେ ଦିନର ଘଟଣା କେମିତି ଥିଲା ଦେଖନ୍ତୁ ଏହି ଭିଡିଓରେ :