ରାଉରକେଲା : ଦୁଇ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

23

କନକ ବ୍ୟୁରୋ : ରାଉରକେଲାରେ ଦୁଇ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ପୀଡିତା ନାବାଳିକା ଦୁଇ ଭଉଣୀ ବୋଲି ଜଣାପଡିଛି । ଦୁଇ ଅଭିଯୁକ୍ତ ଡ୍ରାଇଭର ଆଶିଷ ଓ କ୍ରୀଷ୍ଣାକୁ ଗିରଫ କରିଛି ଝିରପାଣୀ ପୁଲିସ । ଏକ କାରରେ ଦୁଇ ଅଭିଯୁକ୍ତ ଡ୍ରାଇଭର ଦୁଇ ନାବାଳିକାଙ୍କୁ ଅପହରଣ କରିନେବା ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ପୀଡିତା ନାବାଳିକା ଦୁଇଜଣ ଝିରପାଣି ତଳ ବସ୍ତି ଅଂଚଳର ବୋଲି ଜଣାପଡିଛି । ଦୁଇ ଭଉଣୀ ଶୌଚ ପାଇଁ ରାତିରେ ଘରୁ ବାହାରି ଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ କାରରେ ଅପହରଣ କରିନେଇ ଦୁଷ୍କର୍ମ କରିବା ପରେ ପୁଣି ଭୋରରେ ଝିରପାଣି ଅଂଚଳରେ ଛାଡିଦେଇଥିବାନେଇ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଏହି ମାମଲାରେ ଛାନଭିନ କରିବା ପରେ ୨ଅଭିଯୁକ୍ତଙ୍କୁ ଗିରଫ କରିଛି ।