ମଦ୍ୟପ ବରର ଉନ୍ମତକାଣ୍ଡ ! ରଣକ୍ଷେତ୍ର ପାଲଟିଲା ବିବାହ ମଣ୍ଡପ । ବାହାଘର ଅଧାରେ ବନ୍ଦ, ଥାନାରେ ବର ଓ ବରଯାତ୍ରୀ

63

କନକ ବ୍ୟୁରୋ: ମଦ୍ୟପ ବର ଓ ଉଦଭ୍ରାନ୍ତ ବରଯାତ୍ରୀଙ୍କ ଉନ୍ମତକାଣ୍ଡ ଯୋଗୁଁ ଅଧାରେ ବନ୍ଦ ହେଲା ବାହାଘର । ଅବିବାହିତା ରହିଲେ ମଙ୍ଗୁଳା କନ୍ୟା । ରଣକ୍ଷେତ୍ରରେ ପରିଣତ ହେଲା ବିବାହ ମଣ୍ଡପ । ବର ଓ ତାଙ୍କ ସହଂଯୋଗୀ ଏବେ ଥାନାରେ ଅଟକ । ଘଟଣା ଘଟିଛି ରାଉରକେଲା ସାରନଗରୀରେ ।

ସୂଚନା ମୁତାବକ, ଟାଙ୍ଗରପାଲୀ ଥାନା ଲେବର କଲୋନୀର ଅର୍ସୁଲ ପଣ୍ଡାଙ୍କ ଝିଅ ବିବାହ ଥିଲା ବନ୍ଧମୁଣ୍ଡା ଥାନା ଚମ୍ପାଗଡ ବସ୍ତିର ଶଙ୍କର ପଣ୍ଡାଙ୍କ ସହ । ତେବେ ବର ଓ ବରଯାତ୍ରୀରେ ଆସିଥିବା ଲୋକେ ଅତ୍ୟଧିକ ମଦ୍ୟପାନ କରିଥିବାରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଏପରିକି କନ୍ୟାଯାତ୍ରୀ ଅସଭ୍ୟ ବ୍ୟବହାର କରିବା ସହ ମାରପିଟ କରିଥିବା ଅଭିଯୋଗ ହୋଇଛି ।

ଫଳରେ ରଣକ୍ଷେତ୍ର ପାଲଟିଲା ବିବାହ ମଣ୍ଡପ । ତେଣୁ ଅଧାରେ ବନ୍ଦ ହେଲା ବିବାହ । କ୍ଷତିପୂରଣ ଦାବିରେ ଝିଅ ଘର ଲୋକେ ଟାଙ୍ଗରପାଲ୍ଲୀ ଥାନା ଘେରାଓ କରିଥିଲେ । କନ୍ୟା ପକ୍ଷର ଏତଲାକୁ ଭିତି କରି ତଦନ୍ତ କରିବା ସହ ବର ଓ ତାଙ୍କ ସହଯୋଗୀଙ୍କୁ ଅଟକ ରଖିଛି ।