ରାଉରକେଲାରେ ପଦାକୁ ଆସିଲା ଆଉ ଏକ ବିଚିତ୍ର ବାହାଘର ! ରିସେପସନ ପାର୍ଟିରେ ପହଚିଂଲେ ପ୍ରଥମ ସ୍ୱାମୀ

43

କନକ ବ୍ୟୁରୋ: ରାଉରକେଲାରେ ଜଣେ ମଦୁଆ ବର କିଭଳି ଦୁଇ ଦୁଇଟା ଝିଅଙ୍କୁ ବିବାହ କରିଥିଲେ ସେହି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଆଉ ଏକ ଘଟଣା ସାମନାକୁ ଆସିଛି । କିନ୍ତୁ ଏଠି ପୁଅ ନୁହେଁ ଗୋଟେ ଝିଅ ନିଜର ପ୍ରଥମ ସ୍ୱାମୀଙ୍କୁ ଧୋକା ଦେଇ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି ।

ରାଉରକେଲା ବନ୍ଧମୁଣ୍ଡାର ମନଜଂୟ ଚୌବେ ୨୦୧୬ଜୁଲାଇ ୧୨ ତାରିଖରେ ଜଗଦାର ଏକ ଝିଅକୁ ଭଲ ପାଇ ବିବାହ କରିଥିଲେ । ଏପରିକି ପରିବାର ଲୋକଙ୍କ ବିରୋଧ ଯୋଗୁଁ ରାଉରକେଲା ସବ ରେଜିଷ୍ଟ୍ରାର ଅଫିସରେ ବିଧିବଦ୍ଧ ଭାବେ ଦୁହିଁଙ୍କର ବିବାହ ହୋଇଥିଲା । ଉଭୟ କିଛି ଦିନ ହସଖୁସିରେ ରହିଥିଲେ । କିନ୍ତୁ ଗତ ୨୨ ତାରିଖରେ ମନଜଂୟ ବ୍ୟବସାୟ କାମରେ ବନାରସ ଯାଇଥିଲେ । ଯିବା ବେଳେ ସ୍ତ୍ରୀକୁ ଲକ୍ଷେ ୩୦ ହଜାର ଟଙ୍କା ଦେଇ ମଧ୍ୟ ଦେଇ ଯାଇଥିଲେ । ଏହା ପରେ ବନାରସରୁ ବହୁ ଥର ସ୍ତ୍ରୀଙ୍କ ପାଖକୁ ଫୋନ କରିଥିଲେ ମଧ୍ୟ ସେ ଉଠାଇନଥିଲେ ।

ମନଜଂୟଙ୍କ ମନକୁ ସନ୍ଦେହ ଆସିବାରୁ ସେ ଝିଅର ବାପାଙ୍କୁ ମଧ୍ୟ କଲ କରିଥିଲେ, କିନ୍ତୁ ସେ ଉଠାଇନଥିଲେ । ଶେଷରେ ଝିଅର ମା ଫୋନ ଉଠାଇ କହିଥିଲେ ଯେ, ଝିଅର ବାହାଘର ସରିଛି, ଏବେ ମେକ ଅପ ପାଇଁ ପାର୍ଲର ଯାଇଛି । ଏହା ପରେ ମନଜଂୟ ବିଳମ୍ବ ନକରି ଆସି ରାଉରକେଲାରେ ପହଂଚିଥିଲେ । ଘର ମଧ୍ୟ ତାଲା ପଡିଥିବା ଦେଖିଲେ । ପୁଲିସ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ, କିନ୍ତୁ ପୁଲିସ ଗୁରୁତ୍ୱ ଦେଇନଥିଲେ । ଶେଷରେ ଯୁବତୀଙ୍କ ରିସେପସନ ପାର୍ଟିରେ ପହଂଚି ମ୍ୟାରେଜ ସାର୍ଟିଫିକେଟ ସହ ଦୁହିଁଙ୍କର ଫଟୋ ମଧ୍ୟ ଦେଖାଇଥିଲେ । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।