ଆଇଜିଏଚକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କରିବା ପ୍ରସଙ୍ଗ ! ଭିତ୍ତିିଭୂମି ତଦାରଖ ପାଇଁ ପହଞ୍ଚିଲା କେନ୍ଦ୍ରୀୟ ଟିମ୍

32

କନକ ବ୍ୟୁରୋ : ଆଇଜିଏଚକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କରିବା ପ୍ରସଙ୍ଗରେ ଆଇଜିଏଚରେ ପହଂଚିଛି କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଡାକ୍ତର ବି.ଡି ଅଠାନୀଙ୍କ ନେତୃତ୍ୱରେ ୭ଜଣିଆ ଟିମ୍ ଭିତ୍ତିଭୂମି ସହ ଆନୁସାଙ୍ଗିକ ବ୍ୟବସ୍ଥାର ତଦାରଖ କରୁଛି । ସୁପର ସ୍ପେଶାଲିଷ୍ଟ ମେଡିକାଲ କଲେଜ ପାଇଁ ଏହି ଟିମ୍ ଭିତ୍ତିଭୂମି ପରିଦର୍ଶନ କରିବା ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ରିପୋର୍ଟ ଦାଖଲ କରିବ ।

ରାଉରକେଲାବାସୀଙ୍କ ଦୀର୍ଘ ଦିନର ଏହି ଦାବି ପୁରା କରିବା ପାଇଁ ୩ବର୍ଷ ପୂର୍ବେ ରାଉରକେଲା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । କିନ୍ତୁ ତାହା ପ୍ରତିଶୃତିରେ ସୀମିତ ରହି ଶୀତଳ ଭଣ୍ଡାରରେ ପଡି ରହିଥିବାରୁ ବିଧାୟକ ଦିଲ୍ଲୀପ ରାୟ ଏହାର ସମାଲୋଚନା କରିଥିଲେ ।