ସଇତାନ୍ ସ୍ୱାମୀର ଉନ୍ମତ କାଣ୍ଡ ! ଚଳନ୍ତା ଗାଡିରୁ ସ୍ତ୍ରୀକୁ ଠେଲିଦେଲା

41

କନକ ବ୍ୟୁରୋ : ମଦ୍ୟପ ସ୍ୱାମୀର ଉନ୍ମତ କାଣ୍ଡ । ଚଳନ୍ତା ଗାଡିରୁ ସ୍ତ୍ରୀକୁ ଠେଲିଦେଲା ସାତଜନମର ସାଥୀ କରିବାକୁ କଥା ଦେଇଥିବା ସ୍ୱାମୀ । ସେତିକିରେ ରାଗ ଶାନ୍ତ ହୋଇନଥିଲା, ଗାଡିରୁ ତଳେ ପଡିଯାଇଥିବା ସ୍ତ୍ରୀକୁ ନିସ୍ତୁକ ମାଡ ମାରିଥିଲେ । ଗତକାଲି ରାତିରେ ରାଉରକେଲା ଷ୍ଟେସନ ରୋଡ ମଧୁସୁଦନ ମାର୍ଗରେ ଏଭଳି ଘଟଣା ଘଟଛି । ମହିଳାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ସ୍ଥାନରେ ଲୋକ ପହଂଚି ମହିଳାଙ୍କୁ ଉଦ୍ଧାର କରିବା ସହ ଥାନାକୁ ଖବର ଦେଇଥିଲେ ।

ପୁଲିସ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଥାନାକୁ ନେଇ ବୁଝାସୁଝା କରୁଛି । ତେବେ ସୂଚନା ଅନୁସାରେ ୧୧ ବର୍ଷ ତଳୁ ବିବାହ କରିଛନ୍ତି ରାଉରକେଲାର ପ୍ରକାଶ ମାଝୀ ଓ ଭୁବନେଶ୍ୱରର ମୁନି ମାଝୀ । ଉଭୟ ରାଉରକେଲା ପାନପୋଷରେ ରହୁଥିବା ବେଳେ ଅନେକ ସମୟରେ ପ୍ରକାଶ ମଦପିଇ ରାତିରେ ମିନୁକୁ ମାଡ ମରାମରି କରିଥାନ୍ତି । ତେବେ ଗତକାଲି ରାତିରେ ମଧ୍ୟ ଉଭୟଙ୍କ ମଧାରେ ପାଟିତୁଣ୍ଡ ହୋଇଥିଲା । ପରେ ମୁନି ଘରୁ ବିଦା କରିଦେବା ପାଇଁ ପ୍ରକାଶ ଷ୍ଟେସନକୁ ନେଉଥିଲେ । ମିନୁ ଏହାକୁ ବାରଣ କରିବାରୁ ପ୍ରକାଶ ତାଙ୍କୁ ଗାଡିରୁ ଠେଲି ଦେବା ସହ ରାସ୍ତାରେ ମାଡ ମାରିଥିବା ଅଭିଯୋଗ ହୋଇଛି ।