ରାଉରକେଲା ବାଣ ବଜାରରେ ଭୟାବହ ଅଗ୍ନିକାଣ୍ଡ ! ନିଆଁ ଲାଗି ୪୮ଟି ବାଣ ଦୋକାନ ଭସ୍ମୀଭୂତ, ଜଣେ ଜୀବନ୍ତ ଦଗ୍ଧ

20

କନକ ବ୍ୟୁରୋ : ରାଉରକେଲା ବାଣ ବଜାରରେ ନିଆଁ । ସହରର ପାୱାର ହାଉସ ରୋଡରେ ଥିବା ବାଣ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ରାତି ପ୍ରାୟ ୩ଟାରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ଭସ୍ମିଭୂତ ହୋଇଛି ୪୮ଟି ବାଣ ଦୋକାନ । ବାଣ ଦୋକାନରେ ଶୋଇଥିବା ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

କୋଟିଏରୁ ଅଧିକ ମୂଲ୍ୟର ବାଣ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ଖବର ପାଇ ଘଟଣାସ୍ଥଳରେ ୭ଟି ଦମକଳବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡରେ ୧୮ଟି ବାଇକ ବି ପୋଡି ନଷ୍ଟ ହୋଇଯାଇଛି ।