ରାଉରକେଲା ସାରନଗରିରେ ଗଜରାଜ ଆତଙ୍କ

37

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ରାଉରକେଲା ସାରନଗରିରେ ଗଜରାଜ ଆତଙ୍କ । ଆରଏସପିର ସୁନା ଉଦ୍ୟାନରେ ହାତୀପଲଙ୍କ ଉତ୍ପାତ କରୁଛନ୍ତି । ୭ଟି ସାରାନଗରିରେ ଆତଙ୍କରାଜ ଚଳାଇଛନ୍ତି । ହାତୀପଲରେ ୨ଟି ଛୁଆ ହାତୀ ଓ ୩ ଦନ୍ତା ହାତି ଥିବା ଜଣାପଡିଛି । ଗତକାଲି ମଧ୍ୟରାତିରୁ ଆସିଥିବା ହାତୀପଲ ଏବେ ସୁଦ୍ଧା ୬ଟି ଘର ଓ ପାଚେରୀ ଭାଙ୍ଗିଥିବା ଜଣାପଡିଛି । ତେବେ ହାତୀ ଘମଡେଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି । ହାତୀପଲଙ୍କ ଆତଙ୍କକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।