ରାଉରକେଲାରେ ଡବଲ ମର୍ଡର ! କଳିଙ୍ଗବିହାରରେ ଘର ଭିତରେ ପଶି ମାଇଁ, ଭାଣିଜୀଙ୍କୁ ହତ୍ୟା

36

କନକ ବ୍ୟୁରୋ : ରାଉରକେଲାରେ ଡବଲ ମର୍ଡର । ବନ୍ଦ ଘର ଭିତରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । କଳିଙ୍ଗବିହାରରେ ଘରେ ଭିତରେ ପଶି ୨ ମହିଳାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ସଂପର୍କରେ ମାଇଁ, ଭାଣିଜୀ ହେବେ । ଏମାନଙ୍କୁ କେହି ହତ୍ୟା କରି ପଳାଇଥିବା ପୁଲିସ ସନ୍ଦେହ କରୁଛି । ପୁଲିସ ଘଟଣା ସ୍ଥ୍ଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।