ରାଉରକେଲା ଆଲୋଚନାଚକ୍ର ନେଇ ଆଭିମୁଖ୍ୟ ସ୍ୱଷ୍ଟ କଲେ ବିଜୟ ! କହିଲେ, ସାମିଲ ହେବା ପାଇଁ ଦେଇନାହିଁ ପ୍ରତିଶ୍ରୁତି

28

କନକ ବ୍ୟୁରୋ : କେନ୍ଦ୍ର ଓ ବିଜେଡି ସରକାର କିଭଳି ରାଉରକେଲାକୁ ଅବହେଳା କରୁଛନ୍ତି ସେ ନେଇ ରାଉରକେଲାରେ ଆଜି ଆଲୋଚନାଚକ୍ରର ଆୟୋଜନ କରୁଛି ସଚେତନ ନାଗରିକ ମଂଚ । ଏଥିରେ ବିଜେପି ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଯୋଗ ଦେବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାଙ୍କୁ ଖଣ୍ଡନ କରିଛନ୍ତି ବିଜୟ ।

ବିଜୟ ମହାପାତ୍ର କହିଛନ୍ତି ଏଭଳି ଆଲୋଚନା ଚକ୍ରରେ ମୁଁ ଯୋଗ ଦେଉନାହିଁ । ଆୟୋଜକମାନଙ୍କୁ ଏ ନେଇ କୌଣସି ପ୍ରତିଶ୍ରୁତି ଦେଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିଜୟ । ସେହିପରି ରାଉରକେଲା ବାହାରେ ଅଛନ୍ତି ଦିଲ୍ଲୀପ ରାୟ । ଫଳରେ ଯେଉଁ ରାଜନୈିତିକ ଚର୍ଚ୍ଚା ଚାଲିଥିଲେ, ସେଥିରେ ଏକରକମ ପୂର୍ଣ୍ଣଛେଦ ପଡିଛି ।