ଆଜି ପାଳିତ ହେଉଛି ରାଉରକେଲା ଦିବସ !

37

କନକ ବ୍ୟୁରୋ : ଆଜି ପାଳିତ ହେଉଛି ରାଉରକେଲା ଦିବସ । ଏହି ଅବସରରେ କାନଭାସ ସଂଗଠନ ପକ୍ଷରୁ ଆୟୋଜିତ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ । ଷ୍ଟିଲସିଟି ରାଉରକେଲାର ଉତ୍ପତି, ବିକାଶ ଓ ଭାଇଚାରାର ବାର୍ତ୍ତା ବହନ କରୁଛି ଏହି ଦିବସ ।

ଏହି ଅବସରରେ ଆଜି ସକାଳେ ‘ରନ୍ ଫର୍ ରାଉରକେଲା’ ଗଣଦୌଡ ଅନୁଷ୍ଠିତ ହୋଇଥିଲା । କାନଭାସ ସଂଗଠନ ପକ୍ଷରୁ ଏହି ଦିବସକୁ ଧୁମଧାମରେ ପାଳନ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଏହି ଉପଲକ୍ଷେ ସଂଧ୍ୟାରେ ଭଂଜଭବନରେ ଅନୁଷ୍ଠିତ ହେବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ।

ଏହି ଅବସରରେ ରାଉରକେଲାର ବିକାଶ ସହ ସଂପୃକ୍ତ ୫ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ରାଉରକେଲା ରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ଅନ୍ୟ ୫ ଜଣଙ୍କୁ ମରଣୋତର ଭାବେ ମିଳିବ ଏହି ସମ୍ମାନ । ରାଉରକେଲା ଦିବସ ଉପଲକ୍ଷେ ସହରର ପ୍ରମୁଖ ସ୍ଥାନଗୁଡିକୁ ସୁନ୍ଦର ଭାବେ ସଜାଇ ଦିଆଯାଇଥିବା ଦେଖିବାକୁ ମିଳିଛି ।