ମଣିଷ ଗଢୁଛି ବିର୍ସାମୁଣ୍ଡା ବିଦ୍ୟାପୀଠ ! ବିନା ସରକାରୀ ସହାୟତାରେ ଦିନରେ କୁନି କୁନି ପିଲା ଓ ରାତିରେ ଅପାଠୁଆ ମା’ବାପା ପଢ଼ୁଛନ୍ତି ପାଠ

62

କନକ ବ୍ୟୁରୋ : ଦିନେ କି ବର୍ଷେ ନୁହେଁ ୧୭ ବର୍ଷା ବିନା ସରକାରୀ ସହାୟତାରେ ଚାଲିଛି ସ୍କୁଲ । ଆବଶ୍ୟକୀୟ ଭିତ୍ତିଭୂମି ନଥାଇ ମଧ୍ୟ ପାଠପଢା ଚାଲିଛି । ଯେଉଁଠୁ ପାଠପଢି ଆଜି ବି.ଟେକ୍ ଇଂଜିନିୟର ହୋଇପାରିଛନ୍ତି ଛାତ୍ରଛାତ୍ରୀ । ଆଦିବାସୀ ଗରିବ ପିଲା ଓ ସେମାନଙ୍କ ମାଆଙ୍କୁ ସାକ୍ଷର କରିବା ପାଇଁ ରାଉରକେଲାରେ ପ୍ରତିଷ୍ଠା ହୋଇଛି ବିର୍ସାମୁଣ୍ଡା ବିଦ୍ୟାପୀଠ ।

ସ୍ମାର୍ଟସିଟି ରାଉରକେଲା ଜଗଦା ଅଂଚଳର ବିର୍ସାମୁଣ୍ଡା ବିଦ୍ୟାପୀଠ । ୨୦୦୧ରୁ ସ୍ଥାପିତ ଏହି ଶିକ୍ଷାନୁଷ୍ଠାନର ମୁଖ୍ୟ ଲକ୍ଷ ହେଉଛି ଗରିବ ପିଲାଙ୍କୁ ପଢାଇବା ସହ ସେମାନଙ୍କ ମା’ଙ୍କୁ ପୌଢ ଶିକ୍ଷା ଜରିଆରେ ସାକ୍ଷର କରିବା । ଏହି ମହତ ଉଦ୍ଦେଶ୍ୟ ରଖି କିଛି ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସ୍ଥାପନ କରିଥିବା ଏହି ସ୍କୁଲ ୧୭ ବର୍ଷ ଅତିକ୍ରମ କଲାଣି । ଏଠାକାର ଛାତଛାତ୍ରୀ ଇଜିନିୟର ହୋଇ କର୍ମକ୍ଷେତ୍ରରେ ବେଶ ପ୍ରତିଷ୍ଠିତ ହୋଇଥିବା କହିଛନ୍ତି ବିର୍ସାମୁଣ୍ଡା ବିଦ୍ୟାପୀଠର ସଂପାଦକ । ବିର୍ସାମୁଣ୍ଡା ବିଦ୍ୟାପୀଠଟି ରାଉରକେଲାର ଏକ ବସ୍ତି ଅଂଚଳରେ ଥିବାରୁ ଏଠାରେ ମୁଖ୍ୟତଃ ଆଦିବାସୀ ପିଲାମାନେ ପାଠ ପଢୁଛନ୍ତି । ପରବର୍ତ୍ତୀ ସମୟରେ ଅପାଠୁଆ ମହିଳାମାନଙ୍କୁ ପୌଢ ଶିକ୍ଷା ସମିଲ କରାଯାଇଛି । ସେମାନେ ମଧ୍ୟ ଶିକ୍ଷା ଲାଭ କରୁଛନ୍ତି ।

ସକାଳେ ପିଲାମାନେ ପାଠ ପଢୁଥିବା ବେଳେ ସଂଧ୍ୟା ହେଲେ ପାଠ ପଢନ୍ତି ସେମାନଙ୍କ ମାଆ । ମହିଳାମାନେଙ୍କୁ ପୌଢଶିକ୍ଷା କାର୍ଯ୍ୟକ୍ରମ ଜରିଆରେ ଶିକ୍ଷାଦାନ କରିଥାନ୍ତି, ବିର୍ସାମୁଣ୍ଡା ବିଦ୍ୟାପୀଠର ଶିକ୍ଷକ ।