ଷ୍ଟିଲସିଟିକୁ ବାର୍ଡ ଫ୍ଲୁ ଭୟ : କୁଆଁରମୁଣ୍ଡା କଚାରୁ ଗାଁରେ ଆଜିଠୁ କୁକୁଡାମରା ଅଭିଯାନ

26

ରାଉରକେଲା : ଆଜିଠୁ ଷ୍ଟିଲସିଟିରେ ଆରମ୍ଭ ହୋଇଛି କୁକୁଡା ମରା ଅଭିଯାନ । କୁଆଁରମୁଣ୍ଡା କଚାରୁ ଗ୍ରାମରୁ ଜିଲ୍ଲା ପଶୁ ସମ୍ପଦ ବିଭାଗ କୁକୁଡାମରା ଆରମ୍ଭ କରିଛି । ଏଥିପାଇଁ ପ୍ରାଣୀଧନ ବିଭାଗ ପକ୍ଷରୁ ଗଠନ କରାଯାଇଥିବା ୪ ଟି ରାପିଡ୍ ରେସପନ୍ସ ଟିମ୍ ଏହି କାମ କରୁଛନ୍ତି ।  ଏହିି ଟିମ୍ ଲୋକଙ୍କ ସହ ଆଲୋଚନା କରିବା ପରେ କୁକୁଡା ମରା ଅଭିଯାନ ଆରମ୍ଭ କରିଛନ୍ତି । ତେବେ ଏହି ସମୟରେ କିଛି ଲୋକ କୁକୁଡା ମରାକୁ ବିରୋଧ କରୁଥିବା ବେଳେ ବୁଝାସୁଝା ପରେ ଅଭିଯାନ ଜାରି ରହିଛି ।

କଚାରୁ ଗାଁରେ ଚିହ୍ନଟ ହୋଇଥିବା ୧୧୨୫ଟି କୁକୁଡା ମରାଯିବାକୁ ନିଷ୍ପତି ହୋଇଛି । ଏଥିସହ ବତକ ମାରିବାକୁ ମଧ୍ୟ ନିଷ୍ପତି ନେଇଛି ପ୍ରଶାସନ । ରାଉରକେଲାରୁ ପାଖ ଗାଁକୁ ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ, ପଶୁ ସମ୍ପଦ ବିଭାଗ ଏବଂ ବିଶେଷଜ୍ଞ ଟିମ୍ ସହର ଠାରୁ ୧୦ କିଲୋମିଟର ଭିତରେ ଥିବା ଗ୍ରାମ ଗୁଡିକରୁ ପକ୍ଷୀ ରକ୍ତ ନମୁନା ସଂଗ୍ରହ କରିଥିଲା ।

ଭୋପାଳରେ ପରୀକ୍ଷା ପରେ କୁଆରମୁଣ୍ଡା କଚାରୁ ଗ୍ରାମରୁ ଯାଇଥିବା ନମୁନାରେ ଏଚ-ଫାଇଭ୍-ଏନ୍-ୱାନ୍ ଭୂତାଣୁ ଥିବା ସ୍ପଷ୍ଟ ହୋଇଥିଲା । ଶନିବାର ଏହି ରିପୋର୍ଟ ଜିଲ୍ଲାପାଳଙ୍କ ପାଖରେ ପହଁଚିବା ପରେ ଆଜିଠୁ କୁକୁଡା ମାରିବା କାମ ଆରମ୍ଭ କରିଛି ପଶୁ ସମ୍ପଦ ବିଭାଗ ।

ଏହାସହ ଦେଖନ୍ତୁ ଏହି ଭିଡିଓ –