ରାଉରକେଲାରେ ବାର୍ଡ ଫ୍ଲୁ ଆତଙ୍କ : ବିଭିନ୍ନ କୁକୁଡା ଫାର୍ମ ଓ ବିକ୍ରୟ କେନ୍ଦ୍ର ଉପରେ ସତର୍କ ନଜର

63

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ରାଉରକେଲାରେ ବାର୍ଡ ଫ୍ଲୁ ଆତଙ୍କ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ଆରଏସପିର ଇନ୍ଦିରାଗାନ୍ଧି ପାର୍କ । ସିଆଇଏସଏଫ ବାରାକରୁ ମୃତ କାଉ ଓ ଇନ୍ଦିରାଗାନ୍ଧି ପାର୍କରୁ ମୃତ ପେଲିକାନ୍ ବତକର ରକ୍ତ ନମୂନାରୁ ମିଳିଛି ବାର୍ଡ ଫ୍ଲୁ ପଜିଟିଭ୍ । ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଉପଖଣ୍ଡ ପ୍ରାଣୀଧନ ଚିକିତ୍ସାଧିକାରୀ । ଫଳରେ ତୁରନ୍ତ ପଦକ୍ଷେପ ନେଇଛି ପ୍ରଶାସନ ।

ଆଇଜି ପାର୍କକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୋପାଲ ସ୍ଥିତ ଲାବରେଟୋରୀରୁ ରକ୍ତ ନମୂନା ରିପୋର୍ଟ ଆସିବା ପରେ ସଜାଗ ହୋଇଛି ପ୍ରଶାସନ । ବିଭିନ୍ନ କୁକୁଡା ଫାର୍ମ ଓ ବିକ୍ରୟ କେନ୍ଦ୍ର ଉପରେ ସତର୍କ ନଜର ରଖାଯାଇଛି ।

ରକ୍ତ ନମୂନା ସଂଗ୍ରହ ପାଇଁ ମୋବାଇଲ ଟିମ୍ ଗଠିତ ହୋଇଛି । ସେପଟେ କେଉଁଝରରେ ମଧ୍ୟ ଦେଖା ଦେଇଛି ବାର୍ଡ ଫ୍ଲୁ ଆଶଙ୍କା । ଦୁଇଟି ସ୍ଥାନରେ କାଉ ମରି ପଡିଥିବା ଦେଖିବାକୁ ମିଳିଛି । ଫଳରେ ବାର୍ଡ ଫ୍ଲୁ ଆଶଙ୍କା କରି ପଶୁ ଚିକିତ୍ସକଙ୍କ ଦ୍ୱାରା ପରୀକ୍ଷା ନୀରିକ୍ଷା ଜାରି ରହିଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :