ରାଉରକେଲା ରିଂ ରୋଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ଜଣଙ୍କ ମୃତ୍ୟୁ

40

ରାଉଲକେଲା ବ୍ୟୁରୋ ,କନକ ନ୍ୟୁଜ୍ : ରାଉରକେଲା ରିଂ ରୋଡରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଅଶୋକ ବଡାଇକ, ମଂଟୁ ବଡାଇକ, ଓ ସଂଜୟ କୁଜୁର । ଗତକାଲି ବିଳମ୍ବିତ ରାତିରେ ଦେଓଗାଁରୁ ବିବାହ ଭୋଜି ଖାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବାଇକଟି ବିଦ୍ୟୁତ୍ ଖୁଂଟରେ ପିଟିହୋଇଯିବା ଫଳରେ ଦୁର୍ଘଟଣା ଘଟିଥିବା ଜଣାପଡିଛି ।