ରାଉରକେଲା : ପ୍ରାପ୍ୟ ଟଙ୍କା ନମିଳିବାରୁ ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ

35

କନକ ବ୍ୟୁରୋ : ବିଭନ୍ନ ଉନ୍ନୟନ ମୂଳକ କାର୍ଯ୍ୟକରି ନିଜର ପ୍ରାପ୍ୟ ଟଙ୍କା ପାଇ ନଥିବାରୁ ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ । ଠିକାଦାର ମନୋଜ ନନ୍ଦ ଜଣେ ଏ କ୍ଲାସ କଂଟ୍ରାକ୍ଟର । ମନୋଜ ତାଙ୍କର ପତ୍ନୀ ଏବଂ ଝିଅ ସହ ରାଉରକେଲା ସ୍ଥିତ କୁଆଁର ସିଟି ସ୍କୁଲ ରୋଡ଼ର ଏକ ଭଡ଼ା ଘରେ ରୁହନ୍ତି । ସେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରନ୍ତି ।

ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟ ସରିଥିେଲେ ମଧ୍ୟ ୨୫ଲକ୍ଷ ଟଙ୍କା ବକେୟା ରହିଯାଇଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ପ୍ରାପ୍ୟ ମିଳିିବା ବଦଳରେ ଅପଦସ୍ତ ହେବାକୁ ପଡ଼ିଛି । ଫଳରେ ମାନସିକ ଭାରସାମ୍ୟ ହରାଇ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ମନୋଜ । ବର୍ତ୍ତମାନ ମନୋଜ ରାଉରକେଲା ସ୍ଥିତ ଆଉଜିଏଚରେ ଆଇସିୟୁରେ ଚିକିତ୍ସାଧିନ ଅଛନ୍ତି ।