ପୁଣି ଲଜ୍ଜା ! ୪ ବର୍ଷର ଶିଶୁ ସହ ଘଂଟାଏ କାଳ ଗଣଦୁଷ୍କର୍ମ ଅଭିଯୋଗ

100

କନକ ବ୍ୟୁରୋ: ରାଉରକେଲାରେ ଅଭାବନୀୟ ଘଟଣା । ୪ ବର୍ଷର ଶିଶୁ ସହ ଘଂଟାଏ କାଳ ଗଣଦୁଷ୍କର୍ମ ଅଭିଯୋଗ । ଏଭଳି କାଣ୍ଡ ପୁଣି ଘଟାଇଛନ୍ତି ୨ ଜଣ ନାବାଳକ । ଏନେଇ ଅଭିଯୋଗ ହେବା ପରେ ସେକ୍ଟର-୭ ଥାନା ପୁଲିସ ୨ ନାବାଳକଙ୍କୁ ଅଟକ ରଖିଛି ।

ସେକ୍ଟର-୬ ବି ବ୍ଲକ ଚିପ୍ ଟାଇପ୍ ମାର୍କେଟରେ ଶିଶୁଟି ଘର ବାହାରେ ଖେଳୁଥିବା ବେଳେ ନାବାଳକ ଦୁଇ ଜଣା ତାକୁ ଚକୋଲେଟ୍ ଲୋଭ ଦେଖାଇ ଡାକି ନେଇଥିଲେ । ଏହାପରେ ନିକଟସ୍ଥ ଏକ ଦୋକାନ ଘରେ ତା ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ଶନିବାର ସଂଧ୍ୟାରେ ଏହି ଘଟଣା ଘଟିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ :