ବାଇକ ପ୍ରେମୀଙ୍କ ପାଇଁ ରୟାଲ ଏନଫିଲ୍ଡର ନୂଆ ଉପହାର ! ଖୁବଶୀଘ୍ର ବଜାରକୁ ଆସିବ Thunderbird 500X

92

ବାଇକ ପ୍ରେମୀଙ୍କ ପାଇଁ ଖୁସିଖବର । ରୟାଲ ଏନଫିଲ୍ଡ ଖୁବଶୀଘ୍ର ଥଣ୍ଡରବାର୍ଡର ନୂଆ ଭର୍ସନ Thunderbird 500X ଲଞ୍ଚ କରିବାକୁ ଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ, ଅଟୋ ଏକ୍ସପୋ ୨୦୧୮ ପୂର୍ବରୁ ଥଣ୍ଡରବାର୍ଡର ଏହି ନୂଆ ଭର୍ସନ ଲଞ୍ଚ ହୋଇପାରେ । ଏକ ରିପୋର୍ଟ ଅନୁଯାୟୀ, ଚଳିତବର୍ଷ ଅଟୋ ଏକ୍ସପୋରେ ରୟାଲ ଏନଫିଲ୍ଡ ଭାଗ ନେବ ନାହିଁ । ଗତବର୍ଷ ମଧ୍ୟ ଅଟୋ ଏକ୍ସପୋର କିଛିଦିନ ପୂର୍ବରୁ କମ୍ପାନି ହିମାଲୟାନ ବାଇକ ଲଞ୍ଚ କରିଥିଲା ।

maxresdefaultଚଳିତବର୍ଷ ରୟାଲ ଏନଫିଲ୍ଡ କମ୍ପାନି ଅଟୋ ଏକ୍ସପୋ ପୂର୍ବରୁ Thunderbird 500X ଲଞ୍ଚ କରିପାରେ । କିନ୍ତୁ ଏନେଇ କମ୍ପାନି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଏପରିକି କେଉଁ ତାରିଖରେ ଲଞ୍ଚ ହେବ ସେନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ । ମିଳିଥିବା ସୁଚନା ଅନୁଯାୟୀ, ରୟାଲ ଏନଫିଲ୍ଡ ଥଣ୍ଡରବାର୍ଡ କ୍ରୁଜର ଓ Thunderbird 500Xର ଡିଜାଇନ ପୂର୍ବ ମଡେଲ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

ଏହି ନୂଆ ମଡେଲର ବାଇକକୁ ଷ୍ଟାଇଲିସ ଲୁକ ଦେବା ପାଇଁ ପ୍ରୟାସ କରାଯାଇଛି । ନୂଆ ମଡେଲର ଷ୍ଟାଇଲିସ ଲୁକ ଯୁବବର୍ଗଙ୍କୁ ଆକୃଷ୍ଟ କରିବ । ତେଳ ଟାଙ୍କିକୁ ବ୍ଲୁ ବ୍ରାଇଟ କଲର କରାଯାଇଥିବା ବେଳେ ପ୍ୟାନେଲକୁ ଗ୍ଲୋସି ବ୍ଲାକ ରଙ୍ଗ କରାଯାଇଛି । ରିପୋର୍ଟ ମୁତାବିକ ଏହାର ଇଞ୍ଜିନ Thunderbird 500 ଭଳି ରହିବ । ଏଥିରେ ମଧ୍ୟ ସିଙ୍ଗଲ ସିଲିଣ୍ଡର ଏୟାର ଫୁଲ୍ଡ ଇଞ୍ଜିନ ରହିବ । ତେବେ ଦାମ କଥା ଯଦି କହିବା ତେବେ ନୂଆ ମଡେଲ Thunderbird 500Xର ଦାମ ପାଖାପାଖି ୨ ଲକ୍ଷ ଟଙ୍କା ରହିବ ।

ଖବର ମୁତାବିକ ଚଳିତବର୍ଷ ରୟାଲ ଏନଫିଲ୍ଡ ତିନୋଟି ନୂଆ ମଡେଲ ବାଇକ ଲଞ୍ଚ କରିବ । Thunderbird 500X ଓ ୬୫୦ ଟୁଇନ୍ସ ଲଞ୍ଚ କରିବ । ନୂଆ ମଡେଲର ଥଣ୍ଡରବାର୍ଡକୁ ଷ୍ଟାଇଲିସ କରିବା ପାଇଁ ଏଥିରେ ବିଭିନ୍ନ ପରିବର୍ତ୍ତନ କରାଯାଇଛି ।ତେବେ ବାଇକର ଡିଜାଇନକୁ ନେଇ କୌଣସି ସତ୍ୟତା ନାହିଁ ।