ନକ୍ସଲ ମୁକାବିଲା କରିବା ପାଇଁ ଓଡିଶା ପୋଲିସରେ ସାମିଲ ହେଲା ରଟ୍ଵିଲର । ରାତି ଅନିଦ୍ରା ହେବ, ଲୋକଙ୍କୁ ସୁରକ୍ଷା ଦେବ

ଓଡିଶା ପୋଲିସରେ ସାମିଲ ହେଲା ରଟ୍ଵିଲର

165

କନକ ବ୍ୟୁରୋ : ଭାରତର ଆନ୍ତର୍ଜାତିକ ସୀମାରେ ଜଗୁଆଳି ଭାବେ ନିୟୋଜନ ହେଉଥିବା ସବୁଠୁ ହି˚ସ୍ର କୁକୁର ‘ରଟ୍ଵିଲର୍’ ଏବେ ଓଡ଼ିଶା ପୋଲିସ ବିଭାଗକୁ ଆସିଛି। କ୍ରାଇମବ୍ରାଞ୍ଚ ପ୍ରଥମ ଥର ଏଭଳି ପ୍ରଜାତିର ୩ଟି କୁକୁର ଖରିଦ କରିଛି। ଏଣିକି ନକ୍ସଲ୍ କିମ୍ବା ଅପରାଧୀକ ମାମଲାର ତଦନ୍ତ ପ୍ରକ୍ରିୟାରେ ‘ରଟ୍ଵିଲର୍’ଙ୍କୁ ବ୍ୟବହାର କରାଯିବ। ଭାରତରେ ପ୍ରଥମ ଥର ପାଇଁ କୌଣସି ରାଜ୍ୟ ପୋଲିସର ସେବାରେ ଏହି ପ୍ରଜାତିର କୁକୁରଙ୍କୁ ବ୍ୟବହାର କରାଯାଉଛି। ପୋଲିସ ପଡ଼ିଆରେ ସେମାନଙ୍କୁ ଏବେ ଆନୁଗତ୍ୟ ତାଲିମ ଦିଆଯାଉଛି। ନିର୍ଦ୍ଦିଷ୍ଟ ଭାବେ କେଉଁ ବିଭାଗରେ ସେମାନଙ୍କୁ ନିଯୁକ୍ତ କରାଯିବ, ସେ ସମ୍ପର୍କରରେ ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି କରାଯାଇନାହିଁ। ପ୍ରଥମ ପର୍ଯ୍ୟାୟରେ ଚାଲିଥିବା ତାଲିମ ଶେଷ ପରେ ବିଭାଗ ଚୟନ କରାଯିବ ବୋଲି ସୂଚନା ମିଳିଛି।

 

କ୍ରାଇମବ୍ରାଞ୍ଚର ‘କେ-୯’(ଡଗ୍ ସ୍କ୍ବାଡ୍)ରେ ଏବେ ଆଲ୍ସାଟିନା, ଡଗରମ୍ୟାନ, ଜର୍ମାନସେଫଡ, ଗୋଲଡେନ୍ ରେଟ୍ରାଇଭର୍ ଭଳି ବ୍ରିଡ୍ ୫୩ଟି କୁକୁରଙ୍କୁ ଟ୍ରାକି˚, ନାର୍କୋଟିକ୍, ଏକ୍ସପ୍ଲୋସିଭ୍, ସର୍ଚ ଆଣ୍ତ ରେସ୍କ୍ୟୁ ଭଳି ଚାରିଟି ବିଭାଗରେ ନିଯୁକ୍ତ କରାଯାଇଛି। କେସିଆଇ ପଞ୍ଜିକୃତ ସ˚ସ୍ଥାରୁ କ୍ରାଇମବ୍ରାଞ୍ଚ ଏବେ ତିନିଟି ‘ରଟ୍ଵିଲର୍’ କୁକୁରଙ୍କୁ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟରେ ଖରିଦ କରିଛି। ଏହି ଦୁଇ ମାସର ଛୁଆ ‘ରଟ୍ଵିଲର୍’ଙ୍କୁ ଜଣେ ଇନସପେକ୍ଟର ପାହ୍ୟାର ଅଫିସର ପ୍ରତ୍ୟେକ ଦିନ ତାଲିମ ଦେଉଛନ୍ତି। ‘ରଟ୍ଵିଲର୍’ ସମ୍ପର୍କରେ ଅନେକ ରୋଚକ ତଥ୍ୟ ପୁଲିସ ବିଭାଗରୁ ଜାଣିବାକୁ ମିଳିଛି।

 

ମୁଖ୍ୟତଃ ଆମେରିକୀୟ ଏବ˚ ଜର୍ମାନ ‘ରଟ୍ଵିଲର୍’ ଏବେ ଭାରତରେ ମିଳୁଛି। ଏହି ବ୍ରିଡର କୁକୁର ଏକଦା ଜର୍ମାନର ଗୃହ ପାଳିତ ପଶୁଙ୍କୁ ବାହାରେ ଚରାଇବା ସହିତ ମାଲ୍ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରୁଥିଲେ। ପରେ ସ୍ପେନ୍, ଇଟାଲୀ, ରୋମାନିଆ, ଫ୍ରାନ୍ସରେ ‘ରଟ୍ଵିଲର୍’ ବ୍ୟବହାରକୁ ବ୍ୟାନ୍ କରାଯାଇଥିଲା। ସବୁଠୁ ହି˚ସ୍ର ଏବ˚ ବୁଦ୍ଧିଆ କୁକୁରଙ୍କ ତାଲିକାର ଶୀର୍ଷ ସ୍ଥାନରେ ରହିଛି ‘ରଟ୍ଵିଲର୍’। ଏହା ଏତେ ହି˚ସ୍ର ଯେ, ଶତ୍ରୁକୁ ଥରେ କାବୁ କଲେ ସହଜରେ ଛାଡେ଼ନାହିଁ। ଏବେ ଭାରତ ସୀମାରେ ରାତିରେ ‘ରଟ୍ଵିଲର୍’ଙ୍କୁ ମୁତୟନ କରାଯାଉଛି।