ସୋସିଆଲ ମିଡିଆରେ ଟ୍ରେଣ୍ଡ କଲା ରସଗୋଲା ଦିବସ !

498

ରସଗୋଲା ଦିବସ । ସୋସିଆଲ ମିଡିଆରେ ସକାଳୁ ଟ୍ରେଣ୍ଡ କରିବାକୁ ସମସ୍ତେ ପ୍ରସ୍ତୁତ ଥିଲେ । ମଜାଦାର ଲେଖା, ଇତିହାସର ତଥ୍ୟ, ଗଣମାଧ୍ୟମର ଖବର, ଗୀତ ମାଧ୍ୟମ ଅନେକ ହେଲେ ଲକ୍ଷ ଏକ । ସାରା ବିଶ୍ୱ ଜାଣୁ ରସଗୋଲା ଓଡିଶାର, ଆଉ ପଶ୍ଚିମବଙ୍ଗ ଏନେଇ ଦେଉଛି ଭୁଲ ତଥ୍ୟ । ମିଥ୍ୟା ଖବର ପଚାର କରୁଛି ।

2

ଝୁରା ବାଲିର ସୌଦାଗର ସୁଦର୍ଶନ ପଟ୍ଟନାୟକ ପଛରେ ନଥିଲେ । ବାଲି ମାଧ୍ୟମରେ ଦେଇଥିଲେ ବାର୍ତ୍ତା । ସମସ୍ତଙ୍କୁ ଜଣାଇଥିଲେ ରସଗୋଲା ଦିବସର ଅଭିନନ୍ଦନ ।

ଭାବନ୍ତୁ, ଯଦି ଆପଣ ରସଗୋଲା ପାଇବାକୁ ଲକ୍ଷ ରଖିଥିବେ ହେଲେ ମିଳିବନି, ଠିକ୍ ସେହି ସମୟରେ ଆପଣ ରାଗିବେ ନା ନାହିଁ? ଠିକ୍ ଏଭଳି ମଜାଦାର ଫଟୋ ବି ଟ୍ରେଣ୍ଡ ହୋଇଥିଲା ସୋସିଆଲ ମିଡିଆରେ ।

ଜଷ୍ଟିସ୍ କର୍ଣ୍ଣନ୍ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ମଜାଦାର ଫଟୋ ଟ୍ରେଣ୍ଡ କରିଥିଲା ।

5ରସଗୋଲା ଦିବସରେ ଜାତୀୟ ଗଣମାଧ୍ୟମର କିଛି ଲେଖାକୁ ନେଇ ଜବରଦସ୍ତ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

 

 

ଅନ୍ଦାଜ୍ ଥିଲା ଅଲଗା । ମାଧ୍ୟମ ସାଜିଥିଲା କେଇ ପଦ ଲେଖା । ଆଜିର ରସଗୋଲା କେତେ ଅସଲି? ଭେଜାଲ ସାମଗ୍ରୀ ବ୍ୟବହାର ହେଉଥିବା ଅନେକ ସ୍ଥାନରୁ ଅଭିଯୋଗ ଆସୁଛି, ଗୀତରେ ଗୀତରେ ରସଗୋଲା ଦିବସ ।

ଏହାରି ଭିତରେ ରସଗୋଲା ଦିବସରେ ଦେବଦତ୍ତ ପଟ୍ଟନାୟକ ଦେଇଥିଲେ ଶାନ୍ତିର ବାର୍ତ୍ତା । ଓଡିଶା ଓ ପଶ୍ଚିମବଙ୍ଗ ଭିତରେ ଚାଲିଥିବା ଶୀତଳଯୁଦ୍ଧ ସାରିବାକୁ ଦେଇଛନ୍ତି ଆହ୍ୱାନ ।

 

 

ହେଲେ ଏହାରି ଭିତରେ ମମତା ଦିଦିଙ୍କ ରାଗ ପଂଚମକୁ ଉଠିଯାଏ । ଏମିତିରେ ବି ଦିଦି ବହୁତ ରାଗୀ । ରସଗୋଲା ଯୁଦ୍ଧରେ ହାରିବା ତାଙ୍କ ପାଇଁ ଅସହ୍ୟ ହୋଇଉଠେ ।

 

କିଛି ଏଭଳି ମଜାଦାର ବାର୍ତ୍ତା ସୋସିଆଲ ମିଡିଆରେ ଆଜି ଭାଇରାଲ୍ ହୋଇଥିଲା । ସାରା ବିଶ୍ୱରେ ଯିଏ ଯେଉଁଠି ପାରିଥିଲେ, ରସଗୋଲା ପାଇଁ ଗୋଟିଏ ଟ୍ୱିଟ୍ କରିଥିଲେ ।