ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା: ସିବିଆଇ ଆଗରେ ହାଜର ହେଲେ ଗିରଫ ସାଂସଦ ତାପସ ପାଲଙ୍କ ଝିଅ

24

କନକ ବ୍ୟୁରୋ : ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା । ରିମାଣ୍ଡରେ ଥିବା ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲଙ୍କ ଝିଅ ସୋହିନୀ ପାଲ ସିବିଆଇରେ ହାଜର । ତାପସ ରୋଜଭ୍ୟାଲି କମ୍ପାନିର ନିର୍ଦ୍ଦେଶକ ଥିବାବେଳେ ଝିଅ ଓ ପତ୍ନୀଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ଦେଇଥିଲେ । ସେ ସମୟରେ କେତେ ଟଙ୍କା ତାଙ୍କ ଆକାଉଂଟରେ କାରବାର ହୋଇଥିଲା ତାହା ଜାଣିବାକୁ ଚାହିଁଥିଲା ସିବିଆଇ ।

ମାନସିକ ଅବସ୍ଥା ଭଲ ନଥିବାରୁ ତାପସ ପାଲଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲର ମାନସିକ ରୋଗ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୨୦ ମିନିଟର ଚିକିତ୍ସାପରେ ବି ଅସୁସ୍ଥ ଥିଲେ ତାପସ । ତଥାପି ତାଙ୍କୁ ଜେରା କରାଯାଇ ପାରିବ କହିଲେ ଡାକ୍ତର କିନ୍ତୁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କଲେ ତାପସ ।

କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କର ରୋଜଭ୍ୟାଲି ଚିଟ୍ କଂପାନୀ ସହିତ ସଂପର୍କ ରହିଛି ବୋଲି ଗିରଫ ତାପସ ପାଲ କହିବା ପରେ ପ୍ରଥମ ଥର ପାଇଁ ସେ ପ୍ରତିକ୍ରିୟା ରଖିଛନ୍ତି । ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ବାବୁଲ୍ କହିଛନ୍ତି । ତାପସ ପାଲ ତାଙ୍କ ନାଁ ନେଇଥିବାରୁ ତାଙ୍କର ଅପମାନ ହୋଇଛି । ସମ୍ମାନ କ୍ଷୁର୍ଣ୍ଣ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ବାବୁଲ୍ ସୁପ୍ରିଓ । ଏନେଇ ତାଙ୍କ ଓକିଲଙ୍କ ସହ ଆଲୋଚନା କରିଛନ୍ତି ଏବଂ ଖୁବ ଶୀଘ୍ର ସେ ପଦକ୍ଷେପ ନେବେ ବୋଲି ବାବୁଲ କହିଛନ୍ତି ।