ଜମାକାରୀ ପାଇବେ ଟଙ୍କା :ନିଲାମ ହେବ ରୋଜଭ୍ୟାଲି ସଂପତି

31

କଟକ ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟରେ ପ୍ରଥମଥର ଲାଗି ସର୍ବସାଧାରଣରେ ନିଲାମ ହେବ କୌଣସି ଚିଟଫଣ୍ଡ ସଂସ୍ଥାର ସଂପତି । ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲିର କେତେକ ସଂପତିକୁ ଆଜି ଇ-ନିଲାମ କରାଯିବ । ବାଲେଶ୍ୱର ନୀଳଗିରିରେ ଥିବା ୪୫ ଡେସିମିଲ ଜମି ଏବଂ କଟକ-ଭୁବନେଶ୍ୱର ରୋଡରେ  ଉତ୍କଳ ସିଗନେଚର ପରିସରରେ ଥିବା ୪ଟି ଫ୍ଲାଟକୁ ନିଲାମ କରାଯିବ । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଆବେଦନକାରୀ ଇ-ନିଲାମରେ ଭାଗ ନେଇପାରିବେ । ଓପିଆଇଡି ଆକ୍ଟ-୨୦୧୧ ଆଧାରରେ ଏହି ସଂପତି ନିଲାମ କରାଯାଉଛି । ଏମଏସଟିସି ଲିମିଟେଡର ପୋର୍ଟାଲକୁ ଯାଇ ନିଲାମଧାରୀ ସଂପତି କ୍ରୟ କରିପାରିବେ । ଚିଟଫଣ୍ଡ ଦୁର୍ନୀତିର ବିଚାର କରୁଥିବା ସ୍ୱତନ୍ତ୍ର କୋର୍ଟ ୨୦୧୫ରେ ରୋଜଭ୍ୟାଲିର ସ୍ଥାବର, ଅସ୍ଥାବର ସଂପତିକୁ ବାଜ୍ୟାପ୍ତ କରିବା ପାଇଁ ଅନୁମତି ଦେଇଥିଲେ । କଟକ ଜିଲ୍ଲା ଏଡିଏମ ବିଭୁତି ଭୂଷଣ ଦାସ ଏହି ନିଲାମ ପ୍ରକ୍ରିୟାର ତଦାରଖ କରିବେ ।