ଟିଏମସି ସାଂସଦଙ୍କ ଚାଂଚଲ୍ୟକର ଖୁଲାସା : ରୋଜଭ୍ୟାଲି ଚିଟଫଣ୍ଡ ଦୁର୍ନୀତିରେ ସଂପୃକ୍ତ ବାବୁଲ ସୁପ୍ରିଓ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :  ରୋଜ ଭ୍ୟାଲି ଚିଟଫଣ୍ଡ ଲିଙ୍କରେ ବିଶିଷ୍ଟ ଗାୟକ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ସଂପୃକ୍ତ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଟିଏମସି ସାଂସଦ ତାପସ ପାଲ୍ । ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ଅଭିଯୋଗରେ ସିବିଆଇ ତାପସଙ୍କୁ ଗିରଫ କରି ତିନି ଦିନିଆ ରିମାଣ୍ଡରେ ନେଇ ପଚାରା ଉଚରା କରୁଛି ।

ତାପସ ପାଲ୍ ସିବିଆଇକୁ ବହୁ ବିସ୍ଫୋରକ ତଥ୍ୟ ଦେଇଥିବା ସୂଚନା ମିଳିଛି । ବହୁ ନେତାଙ୍କର ଚିଟଫଣ୍ଡ ଠକେଇରେ ସଂପୃକ୍ତି ଥିବା କହିଛନ୍ତି ତାପସ । ସେ ଅଭିଯୋଗ କରିଛନ୍ତି, କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ମତେ ଫସାଇ ଦେଇଛନ୍ତି । ଏଭଳି ଅଭିଯୋଗ ରୋଜଭ୍ୟାଲି ଠକେଇ ତଦନ୍ତକୁ ନୂଆ ମୋଡ ଦେଇଛି ।