ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା : ତୃଣମୂଳ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ହାଇକୋର୍ଟର ସର୍ତମୂଳକ ଜାମିନ

27

କନକ ବ୍ୟୁରୋ : ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ତୃଣମୂଳ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଆଜି ହାଇକୋର୍ଟ ସର୍ତମୂଳକ ଜାମିନ ଦେଇଛନ୍ତି । ସୁଦୀପଙ୍କୁ ପଶ୍ଚିମବଙ୍ଗରେ ଗିରଫ କରାଯାଇ ଓଡିଶା ଅଣାଯାଇଥିଲା । କମ୍ପାନୀର ଜଣେ ନିର୍ଦ୍ଦେଶକ ଥିଲେ ସୁଦୀପ ବନ୍ଦୋପାଧ୍ୟାୟ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ଖାସ ଥିଲେ । ସୁଦୀପଙ୍କ ସହ ଟିଏମସିର ଅନ୍ୟ ଜଣେ ସାଂସଦ ତାପସ ପାଲ ବି ଏବେ ଜେଲରେ ଅଛନ୍ତି ।