ଆଜି ରୋଜଭ୍ୟାଲି ସଂପତିର ଇ-ନିଲାମ

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜି ନିଲାମ ହେବ ରୋଜଭ୍ୟାଲି ସଂପତି । ଦିନ ୧୧ଟାରୁ ୩ଟା ମଧ୍ୟରେ ହେବ ଇ-ନିଲାମ । ଏଥିପାଇଁ ଗତ ୧୧ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବାଲେଶ୍ୱର ନୀଳଗିରିଠାରେ ଥିବା କମ୍ପାନିର ୪୫ ଡେସିମିଲ ଜମି ଓ ଭୁବନେଶ୍ୱର ଉପକଂଠ ପାହାଳରେ ଥିବା ୪ଟି ଫ୍ଲାଟ ନିଲାମ ହେବ । ଏ ସଂପତିର ମୂଲ୍ୟ ୪ କୋଟିରୁ ଅଧିକ ହେବ । ଚିଟଫଣ୍ଡ କମ୍ପାନି ରାଜ୍ୟବାସୀଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି । ୨୦୧୫ ଫେବ୍ରୁଆରୀରେ ରୋଜଭ୍ୟାଲି କମ୍ପାନିର ସମସ୍ତ ସ୍ଥାବର ଅସ୍ଥାବର ସଂପତି ବାଜ୍ୟାପ୍ତ କରିବାକୁ ନିର୍ଦେଶ ଦେଇଥିଲେ ସ୍ୱତନ୍ତ୍ର କୋର୍ଟ । ତେବେ କୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ କରିବାକୁ ପ୍ରଶାସନ ପକ୍ଷରୁ ଏହି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ମେ ୪ ତାରିଖରେ ପ୍ରଥମ ଇ-ନିଲାମ ଡକାଯାଇଥିବାବେଳେ କେହି ଜଣେହେଲେ ଏଥିରେ ଅଂଶଗ୍ରହଣ କରିନଥିଲେ । ସେଥିଲାଗି ଆଜି ପୁଣି ଦ୍ୱିତୀୟଥର ଲାଗି ଇ-ନିଲାମ କରାଯାଉଛି ।