ରୋଜଭ୍ୟାଲି ଚିଟଫଣ୍ଡ ସ୍କାମ: ସିବିଆଇ କୋର୍ଟରେ ହାଜର ହେବେ ଟିଏମସି ସାଂସଦ ସୁଦୀପ

21

କନକ ବ୍ୟୁରୋ: ରୋଜଭ୍ୟାଲି ଚିଟଫଣ୍ଡ ସ୍କାମରେ ଛନ୍ଦି ହୋଇପଡିଥିବା ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ମଧ୍ୟ ଆଜି କୋର୍ଟରେ ହାଜର ହେବେ । ଗତ ୧୨ ତାରିଖରେ ତାଙ୍କ ଜାମିନ ଆବେଦନକୁ ସିବିଆଇ କୋର୍ଟ ଖାରଜ କରି ଦେଇଥିଲେ । ସୁଦୀପଙ୍କୁ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ।

ପୂର୍ବରୁ ଦୁଇ ଦଫାରେ ସିବିଆଇ ୧୦ ଦିନ ପାଇଁ ତୃଣମୂଳ କଂଗ୍ରେସର ଏହି ସାଂସଦକୁ ରିମାଣ୍ଡରେ ନେଇସାରିଛି । ଏହି ସମୟରେ ତାଙ୍କର କୋଟି କୋଟି ଟଙ୍କାର ଠକେଇ କରିଥିବା ଏହି ଚିଟଫଣ୍ଡ କମ୍ପାନୀ ସହ ଥିବା ସଂପର୍କ ନେଇ ଖୋଲତାଡ କରିଥିଲା ।

ଏହା ସହ ତାଙ୍କ ଦଳର ଆନ୍ୟ କେଉଁ ବିଧାୟକ ବା ସାଂସଦ ଏହି କାରବାରରେ ଜଡିତ ଥିବା ନେଇ ପଚରା ଉଚୁରା କରିଥିବା ନେଇ କୁହାଯାଉଛି । ଜାନୁଆରୀ ୩ ତାରିଖରେ ତାଙ୍କୁ କୋଲକାତାରେ ସିବିଆଇ ରୋଜଭ୍ୟାଲି ଚିଟଫଣ୍ଡରେ ସଂପୃକ୍ତ ଅଭିଯୋଗରେ ଗିରଫ କରିଥିଲା ଏବଂ ଭୁବନେଶ୍ୱର ଆଣିଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –