ଓଡ଼ିଶା ରସଗୋଲାକୁ ଆନ୍ତର୍ଜାତିକ ସ୍ତରରେ ପରିଚିତ କରାଇବା ପାଇଁ ପ୍ରୟାସ : ଭୁବନେଶ୍ୱର ଏୟାରପୋର୍ଟରେ ଖୋଲିଲା ସ୍ୱତନ୍ତ୍ର କାଉଣ୍ଟର

129

କନକ ବ୍ୟୁରୋ : ବଙ୍ଗଳା ଓ ଓଡ଼ିଶା ରସଗୋଲାକୁ ନେଇ ବିବାଦ ଚାଲିଥିବା ବେଳେ ଓଡ଼ିଶା ରସଗୋଲାକୁ ଆନ୍ତର୍ଜାତିକ ସ୍ତରରେ ପରିଚିତ କରାଇବା ପାଇଁ ଆଉ ଏକ ପ୍ରୟାସ ହୋଇଛି । ଏବେଠାରୁ ଏୟାରପୋର୍ଟରେ ମଧ୍ୟ ରସଗୋଲା ଖାଇପାରିବେ ଯାତ୍ରୀ । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଗତକାଲି ବିକଳାନନ୍ଦ କରଙ୍କ ରସଗୋଲାର ଏକ ସ୍ୱତନ୍ତ୍ର କାଉଣ୍ଟର ଖୋଲିଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀ ନାରାୟଣ ଗୁପ୍ତା ଏହି ରସଗୋଲା କାଉଣ୍ଟର ଉଦଘାଟନ କରିଛନ୍ତି ।

ଏହି ରସଗୋଲା କାଉଣ୍ଟର ଖୋଲିବା ଫଳରେ ଓଡ଼ିଶା ରସଗୋଲାର ଏକ ନୂଆ ଯାତ୍ରା ଆରମ୍ଭ ହେବ ବୋଲି କୁହାଯାଉଛି । କାରଣ ଦେଶବିଦେଶରୁ ଅନେକ ଯାତ୍ରୀ ବିମାନରୁ ଓଲ୍ହାଇବାପରେ ସମସ୍ତେ ଓଡ଼ିଶା ରସଗୋଲାର ସ୍ୱାଦ ଚାଖିପାରିବେ । ଆନ୍ତର୍ଜାତକିକ ବିମାନ ବନ୍ଦରରେ ପ୍ରଥମଥର ପାଇଁ ସାଲେପୁରର ଏହି ପ୍ରସିଦ୍ଧ ରସଗୋଲା କାଉଣ୍ଟର ଖୋଲିଥିବାରୁ ରସଗୋଲାକୁ ଦେଶବିଦେଶ ଯାତ୍ରୀ ମଧ୍ୟରେ ପରିଚି ହେବ ବୋଲି ଆଶା କରାଯାଉଛି ।

ରସଗୋଲା କାଉଣ୍ଟର ଦିନ ରାତି ଖୋଲା ରହିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ପାଇଁ ରସଗୋଲ ସହ, ଖିରମୋହନ ରସଗୋଲା, ଚକଲେଟ୍ ରସଗୋଲା, ଅରେଞ୍ଜ ରସଗୋଲା, କେଶର ରସଗୋଲା, ଘଜୁରି ଗୁଡ଼ ରସଗୋଲା, କାଲାଜାମ୍, ଚମଚମ, ଗୁଲାପଜାମୁ ଓ ରାଜଭୋଗ ସଦମେ୍ ପ୍ରାୟ ୧୫ ପ୍ରକାର ଅନ୍ୟାନ୍ୟ ନମକିନ୍ ସାମଗ୍ରୀ ମିଳିବ । ଖୁବ ଶୀଘ୍ର ଆଉ ଅନେକ ମିଠା ସାମଗ୍ରୀ ମଧ୍ୟ ଏହାରପୋର୍ଟରେ ମିଳିବ ବୋଲି ସୂଚନା ମିଳିଛି । ତେବେ ଏହି ଉଦଘାଟନୀ ଉତ୍ସବରେ ବିମାନ ବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା, ବରିଷ୍ଠ ବାଣିଜ୍ୟ ପ୍ରବନ୍ଧକ ହରେକୃଷ୍ଣ ନନ୍ଦ, ଗବେଷକଅସିତ ମହାନ୍ତି , ବିଜ୍ଞାନୀ ପ୍ରମୋଦ କୁମାର ପଣ୍ଡା ଉକ୍ରଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ସମଭାପି ମଧ୍ୟ ଉପସ୍ଥିତ ଥିଲେ ।