ଭାରତୀୟ ଛାତ୍ରୀଙ୍କ କମାଲ : ୭୦୦ ଟଙ୍କାରେ ନିର୍ମାଣ କଲେ ଏସି , ୨ କିଲୋ ବରଫରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଘର ରହିବ ଥଣ୍ଡା ଥଣ୍ଡା କୁଲ କୁଲ

79

ସାଧରଣତଃ ଖରାଦିନେ ଘରକୁ ଥଣ୍ଡା କରିବା ପାଇଁ ଏସିର ଆବଶ୍ୟକତା ପଡିଥାଏ । ତେବେ ଏହି ଏସି କିଣିବା ପଛରେ ହଜାର ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ଯାହାକୁ କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ । କିନ୍ତୁ ଏବେ ଏହି ଅସୁବିଧା ଦୂର ହେବାକୁ ଯାଉଛି । ଏଣିକି ଘରକୁ ଥଣ୍ଡା କରିବା ପାଇଁ ଆଉ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବନି । ମାତ୍ର ୭୦୦ ଟଙ୍କାରେ ଘର ରହିବ ଥଣ୍ଡା ଥଣ୍ଡା କୁଲ କୁଲ । ଏଥିପାଇଁ କୌଣସି ଦାମିକା ଏସିର ଆବଶ୍ୟକତା ନାହିଁ । ମାତ୍ର ଦୁଇକିଲୋ ବରଫରେ ଘର ୨୪ ଘଣ୍ଟା ରହିବ । ଏଭଳି ଉପକରଣକୁ ଭାରତର ଜଣେ ଛାତ୍ରୀ ପ୍ରସ୍ତୁତ କରିଛନ୍ତି । ଯାହା ସମ୍ପୂର୍ଣ୍ଣ ଭାବେ ଏସି ଭଳି କାଯ୍ୟ କରିବ ।

download (1)ମଧ୍ୟପ୍ରଦେଶର ଆମଲା ଗ୍ରାମର ଦ୍ୱାଦଶ ଶ୍ରେଣୀର ଛାତ୍ରୀ କିରଣ ବର୍ମା ଏଭଳି ଏକ ଉପକରଣ ନିର୍ମାଣ କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘରକୁ ଥଣ୍ଡା ରଖିବା ପାଇଁ ସେ ଏସି ଭଳି ଏକ ଉପକରଣ ନିର୍ମାଣ କରିଛନ୍ତି । ଏହି ମେସିନ ଭିତରେ ମାତ୍ର ଦୁଇ କେଜି ବରଫ ପୂରାଇ ପୂରା ଘରକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ରଖିହେବ । ତାଙ୍କର ଏହି ମଡେଲକୁ ରାଜ୍ୟସ୍ତରୀୟ ବିଜ୍ଞାନମେଳା ପାଇଁ ଚୟନିତ କରାଯାଇଛି । ସ୍କୁଲର ବିଜ୍ଞାନ ଶିକ୍ଷକ ଶୈଳେନ୍ଦ୍ର ସିଂହ ଠାକୁରଙ୍କ ତତ୍ତ୍ୱାବଧାନରେ ସେ ଏହି ଉପକରଣ ନିର୍ମାଣ କରିଛନ୍ତି । ଏସି ଭଳି କାମ କରୁଥିବା ଏହି ଉପକରଣରେ ବହୁତ କମ ଖର୍ଚ୍ଚ ହୋଇଥାଏ । ଏହାଛଡା ଏସି ତୁଳନାରେ ଏଥିରେ ଅପେକ୍ଷାକୃତ କମ ବିଜୁଳି ଖର୍ଚ୍ଚ ହୋଇଥାଏ । ମାତ୍ର ୭୦୦ ଟଙ୍କାରେ ଏହାର ନିର୍ମାଣ କରାଯାଇଛି । କିରଣଙ୍କ ଏହି ପ୍ରୋଜେକ୍ଟ ତାଙ୍କ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କିପରି ହୋଇଛି ଏହାର ନିର୍ମାଣ : କିରଣ ନିର୍ମାଣ କରିଥିବା ଏହି ଏସିରେ ସେମିତି ବେଶି କିଛି ସରଞ୍ଜାମ ଲାଗିନାହିଁ । ଏକ ମଧ୍ୟମ ପ୍ଲାଷ୍ଟିକ ଡ୍ରମ ଉପରେ ଏକ ଛୋଟ ଫଙ୍ଖା ଲଗାଯିବା ପରେ ଏହାର ଉପରପାଶ୍ୱର୍କୁ ସମ୍ପୂର୍ଣ୍ଣ ଭାବେ ସିଲ କରିବା ଆବଶ୍ୟକ । ଏହି ପ୍ଲାଷ୍ଟିକ ଡ୍ରମର ମଝିରେ ଅଧ ଇଞ୍ଚର ୬ଟି ଡ୍ରିଲ କରିବା ସହ ଏଥିରେ ୧ ଫୁଟର ପ୍ଲାଷ୍ଟିକ ପାଇପ ଲଗାଯାଇଛି । ଡ୍ରମର ଭିତର ପାଶ୍ୱର୍ରେ ବାଲି ରଖିବା ସହ ଏହା ଉପରେ ଜାଲି ପକାଯାଇ ବରଫ ଢଳାଯାଇଥାଏ । ଡ୍ରମରେ ଲାଗିଥିବା ପଙ୍ଖା ଚାଲିବା ଦ୍ୱାରା ବରଫରୁ ଥଣ୍ଡା ଜଳୀୟ ବାଷ୍ପ ନିର୍ଗତ ହୋଇଥାଏ । ଏହି ଥଣ୍ଡା ବାୟୁ ଡ୍ରମରେ ଲାଗିଥିବା ପାଇପ ବାଟ ଦେଇ ବାହାରକୁ ଆସିବା ସହ ଘରକୁ ଥଣ୍ଡା ରଖିଥାଏ । ଦୁଇକିଲୋ ବରଫରେ ପୂରା ୨୪ ଘଣ୍ଟା ପର୍ଯ୍ୟନ୍ତ ରୁମ ଥଣ୍ଡା ରହିଥାଏ ।