ଖୁସିଖବର ! ଏଣିକି ଘରେ ମାଗଣାରେ ଲଗାଇପାରିବେ ସୋଲାର ପ୍ୟାନେଲ, କମ୍ପାନୀ ଉଠାଇବ ସମସ୍ତ ଖର୍ଚ୍ଚ

90

ଯଦି ଆପଣଙ୍କ ଘର ଦିଲ୍ଲୀରେ ଅଛି, ତେବେ ଏହି ଖବର ଆପଣଙ୍କ କାମରେ ଆସିବ । ଏବେ ଆପଣ ଘରୋଇ ବିଜୁଳିର ଆବଶ୍ୟକତା ପାଇଁ ସୋଲାର ପ୍ୟାନେଲ୍ ଲଗାଇପାରିବେ । ଦିଲ୍ଲୀ ସରକାରଙ୍କ ମନ୍ତ୍ରୀମଣ୍ଡଳ ଘରୋଇ ଉପଯୋଗ ପାଇଁ ସୌର ଶକ୍ତିକୁ ପ୍ରୋତ୍ସାହନ ଦେବା ଉପରେ ନିର୍ଣ୍ଣୟ ନେଇଛନ୍ତି । ଗ୍ରାହକଙ୍କୁ ସୋଲାର ପ୍ୟାନେଲ ଲଗାଇବାରେ କୈାଣସି ବି ପ୍ରକାରର ଖର୍ଚ୍ଚ ବହନ କରିବାକୁ ପଡିବନି ।

ଯୋଜନାରେ ରେସ୍କୋ ମଡେଲ ଅଧିନରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ହାଉସିଙ୍ଗ ସୋସାଇଟି ଓ କୈାଣସି ବି ବ୍ୟକ୍ତି ନିଜ ଘର ଛାତ ଉପଲବ୍ଧ କରାଇବାକୁ ପଡିବ । ହାଉସିଙ୍ଗ ସୋସାଇଟିରେ ସୋଲାର ପ୍ୟାନେଲ ଲଗାଇବା ପାଇଁ କୈାଣସି ଟଙ୍କା ଦେବାକୁ ପଡିବନି । କମ୍ପାନୀ ହିଁ ସୋଲାର ପ୍ୟାନେଲ ଲଗାଇବାର ଖର୍ଚ୍ଚ ଉଠାଇବ ।

ଏଥିପାଇଁ ଦିଲ୍ଲୀ ସରକାର, ସେବା ଯୋଗାଣକାରୀ ତଥା ସମ୍ବନ୍ଧିତ ଆବାସିକ ସୋସାଇଟି ମଧ୍ୟରେ ତ୍ରିପକ୍ଷୀୟ ଚୁକ୍ତି ହେବ । ଦିଲ୍ଲୀ ସରକାର ବର୍ଷ ୨୦୧୬-୧୭ ଠାରୁ ଆରମ୍ଭ କରି ୨୦୧୮-୧୯ ପର୍ଯ୍ୟନ୍ତ ୩ ବର୍ଷ ପାଇଁ ସୈାର ଶକ୍ତି ଉତ୍ପାଦନ ଉପରେ ପ୍ରତି ୟୁନିଟ୍ ୨ ଟଙ୍କାର ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଦିଏ । ଏହାର ବଣ୍ଟନ ବାର୍ଷିକ ଆଧାରରେ ବିଦ୍ୟୁତ୍ ବିତରଣ କମ୍ପାନୀକୁ କରାଯାଏ । ଏପର୍ଯ୍ୟନ୍ତ ଦିଲ୍ଲୀରେ ପାଖାପାଖି ୧୦୦ ମେଗାୱାଟ୍ କ୍ଷମତା ସଂପନ୍ନ ସୈାର ଶକ୍ତି ପ୍ୟାନେଲ ଲାଗିସାରିଲାଣି ।