ହ୍ରିତିକଙ୍କ ବଡିଗାର୍ଡ ହେଲେ ତାଙ୍କ ଆଗାମୀ ସିନେମା ‘କାବିଲ୍’ର ଭିଲେନ୍

41

ଦିନେ ସୁପରଷ୍ଟାର୍ ହ୍ରିତିକ ରୋଶନଙ୍କ ବଡିଗାର୍ଡ ଥିବା ବ୍ୟକ୍ତି ଆଜି ତାଙ୍କ ସହ ଏକାଠି ଆଗାମୀ ସିନେମା ‘କାବିଲ୍’ରେ ଅଭିନୟ କରୁଛନ୍ତି । ତେବେ ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଛୋଟ ପରଦାର ଲୋକପ୍ରିୟ ଚେହେରା ରୋନିତ ରୟ । ସମସ୍ତେ ଜାଣନ୍ତି କି ରୋନିତ୍ ଏକ ସିକ୍ୟୁରିଟି ଏଜେନ୍ସିର ମାଲିକ , ଯାହା ବଲିଉଡ ତାରକାଙ୍କୁ ବଡିଗାର୍ଡ ଯୋଗାଇଥାଏ । କିନ୍ତୁ ଏକଥା କେହି ଜାଣନ୍ତିନି ଯେ ୧୬ ବର୍ଷ ପୂର୍ବେ ହ୍ରିତିକଙ୍କ ଡେବ୍ୟୁ ସିନେମା ‘କହୋ ନା ପ୍ୟାର ହୈ’ର ରିଲିଜ୍ ପରେ ରୋନିତ୍ ନିଜେ ତାଙ୍କ ବଡିଗାର୍ଡ ଥିଲେ ।

‘କାବିଲ୍’ରେ ରୋନିତ୍ ଜଣେ ଭିଲେନ୍ ଭୂମିକାରେ ନଜର ଆସିଛନ୍ତି । ରୋନିତ ଏହି ସିନେମାରେ ଏକ ମହାରାଷ୍ଟ୍ରିଆନ ଚରିତ୍ରରେ ଅଭିନୟ କରୁଛନ୍ତି । ଏଥିପାଇଁ ତାଙ୍କୁ ମରାଠୀ ମଧ୍ୟ ଶିଖିବାକୁ ପଡିଛି । ଏହି ସିନେମାରେ ତାଙ୍କ ଭାଇ ରୋହିତ ମଧ୍ୟ ତାଙ୍କ ସହ ସ୍କ୍ରିନ ସେୟାର କରୁଛନ୍ତି ।