ଆଜିଠୁ ଆରମ୍ଭ ପବିତ୍ର ରମଜାନ୍ ମାସ

14

କଟକ ବ୍ୟୁରୋ, କନକ ନ୍ୟୁଜ୍ :  ଆଜିଠାରୁ ଆରମ୍ଭ ହୋଇଛି ମୁସଲିମ ଭାଇଭଉଣୀ ମାନଙ୍କ ପବିତ୍ର ରମଜାନ୍ ମାସ । ଏନେଇ କଟକ ସହରର ସବୁ ମସଜିଦ ରେ  ବ୍ୟାପକ ପ୍ରସ୍ତୁତି କରଯାଇଛି । ରମଜାନ୍ ମାସରେ ରୋଜା ରଖିଲେ ବହୁ ପୁଣ୍ୟ ମିଳେ ବୋଲି ମୁସଲିମ ଧର୍ମାବଲମ୍ବୀମାନଙ୍କ ବିଶ୍ୱାସ ରହିଛି । ଏହି ରମଜାନ ମାସରେ ମୁସଲିମ ଧର୍ମାବଲମ୍ବୀ ମାନେ ପ୍ରତିଦିନ ରୋଜା ରଖନ୍ତି । ସଂନ୍ଧ୍ୟା ରେ ରୋଜା ଭାଙ୍ଗିବା ପରେ କିଛି ଖାଦ୍ୟ ଗ୍ରହଣ କରନ୍ତି । ପୁରା ଏକ ମାସ ପର୍ଯ୍ୟନ୍ତ ଏପରି କଲେ ପୁଣ୍ୟ ପ୍ରାପ୍ତି ହେବା ସହ କରିଥିବା ସମସ୍ତ ପାପରୁ  ମୁକ୍ତି ମିଳେ ବୋଲି କିଛି ଧର୍ମାବଲମ୍ବୀ କହିଛନ୍ତି ।