ବହୁ ପ୍ରାଚୀନ କାଳରୁ ଚାଲିଆସିଛି ଭ୍ରଷ୍ଟାଚାରର ପରମ୍ପରା ! ଦ୍ୱାଦଶ ଶତାବ୍ଦୀର ଶିଳାଲେଖରେ ହୋଇଛି ବର୍ଣ୍ଣତ ।

28

ଭାରତରେ ଦୁର୍ନୀତି ତଥା ଭ୍ରଷ୍ଟାଚାରର ପ୍ରଚଳନ ପ୍ରାଚୀନ କାଳରୁ ଚାଲିଆସୁଛି । ଏ କଥା ଆମେ କହୁନୁ ପ୍ରାଚୀନ ଶିଳାଲେଖକୁ ଯଦି ଦେଖିବେ ଆପଣ ମଧ୍ୟ ଠିକ୍ ଏହିଭଳି କଥା କହିବେ । ବିହାର ରାଜ୍ୟର ରୋହତାସଠାରେ ତାରାଚଣ୍ଡି ଶିଳାଲେଖରେ ଲାଞ୍ଚ ଏବଂ ଦୁର୍ନୀତି ନେବା ପରମ୍ପରା କଥା ଉଲ୍ଲେଖ ରହିଛି ।

ଦ୍ୱାଦଶ ଶତାବ୍ଦୀର ଶିଳାଲେଖରେ ଭ୍ରଷ୍ଟାଚାର ପରମ୍ପରାକୁ ବର୍ଣ୍ଣିତ କରାଯାଇଛି : ତାରାଚଣ୍ଡି ଦେବୀ ପ୍ରତିମା ପାଶ୍ୱର୍ରେ ଦ୍ୱାଦଶ ଶତାବ୍ଦୀର ଖବବାର ବଂଶୀ ରାଜା ମହାନାୟକ ପ୍ରତାପଧବଲଦେବ ନିଜ ପୁତ୍ର ଶତ୍ରୁଘ୍ନ ଜରିଆରେ ଏକ ବଡ ଶିଳାଲେଖ ଲେଖିଥିଲେ । ଯାହା ୨୧୨ ସେ.ମି. ଲମ୍ବା ଏବଂ ୩୮ ସେ.ମି. ଚଉଡା ଅଟେ । ଏହି ଶିଳାଲେଖରେ ରାଜାଙ୍କ କର୍ମଚାରୀଙ୍କୁ ପ୍ରଜାମାନଙ୍କ ଠାରୁ ଲାଞ୍ଚ ନେଲା ଭଳି କଥା ଏଥିରେ ବର୍ଣ୍ଣନା କରାଯାଇଛି । ଏଥିରେ ଦୁର୍ନୀତିରେ ହାସଲ କରିଥିବା ଏକ ଜାଲ୍ ତାମ୍ରପତ୍ରର ମଧ୍ୟ ବର୍ଣ୍ଣନା କରାଯାଇଛି । ରାଜାଙ୍କ ଜାଲୀ ହସ୍ତାକ୍ଷର କରି ଏହି ତାମ୍ରପତ୍ରକୁ ହାସିଲ କରିଥିବା କଥା ଲେଖାଯାଇଛି । ରାଜାଙ୍କୁ ଏହି ଜାଲି ବିଷୟରେ ଜଣାପଡିବା ପରେ ଏହି ତାମ୍ରପତ୍ରକୁ ରଦ୍ଦ କରି ଦିଆଯାଇଥିଲା ।

୧୧୬୯ ମସିହାରେ ସଂସ୍କୃତ ଭାଷାରେ ଲିପିବଦ୍ଧ ହୋଇଥିବା ଏହି ଶିଳାଲେଖରେ ଐଶ୍ୱ୍ୟର୍ଯ୍ୟଶାଳୀ ଦେବସ୍ୱରୁପ ପ୍ରତାପଧବଲ ଯାହାଙ୍କ କୀର୍ତ୍ତି ଚର୍ତୁଦିଗ ବିସ୍ତାର ହୋଇଛି ସେ ନିଜ ବଂଶଜଙ୍କୁ କହିଯାଇଛନ୍ତି ଯେ କଲହଣ୍ଡୀ ନିକଟ ଗ୍ରାମ ସୁବର୍ଣ୍ଣହଳରେ ଶାସକଙ୍କ ବେଇମାନ୍ ଦାସଙ୍କ ଦ୍ୱାରା କରାଯାଇଥିବା ଦୋଷପୂର୍ଣ୍ଣ ତାମ୍ରପତ୍ର ଉପରେ ପ୍ରଜାଙ୍କର ବିଶ୍ୱାସ କରିବା ଆବଶ୍ୟକ ନୁହଁ । ତେବେ ଏହି ତାମ୍ରପତ୍ରକୁ ପାଟନା ସଂଗ୍ରହାଳୟରେ ରଖାଯାଇଛି ।