ଇତିହାସ ରଚିଲେ ରୋହିତ । ବିଶ୍ୱର ଏକମାତ୍ର ବ୍ୟାଟସମ୍ୟାନ ଭାବେ ତିନିଥର କଲେ ଦ୍ୱିଶତକ

62

ପ୍ରଥମେ ସତର୍କତାର ସହ ଖେଳିଲେ ପରବର୍ରତୀ ସମୟରେ ସିଂହଳି ବୋଲରଙ୍କ ଉପରେ ବର୍ଷିଲେ ହିଟମ୍ୟାନ ରୋହିତ ଶର୍ମା । ରୋହିତ ଶର୍ମା । ଭାରତୀୟ କ୍ରିକେଟର ଏକ ପରିଚିତ ନାଁ । ପିଲାଠୁ ବୁଢା ସମସ୍ତେ ତାଙ୍କ ବ୍ୟାଟିଂ ଯାଦୁରେ ପାଗଳ । ପଡିଆରେ ତାଙ୍କୁ ଅପେକ୍ଷା କରିଥାନ୍ତି ସମସ୍ତେ । ଭାରତୀୟ ଦଳର ସଂକଟ ବେଳେ ତାଙ୍କୁ ମନେପକାଇଥାନ୍ତି କ୍ରିକେଟ ପ୍ରେମୀ । ଆଉ ତାଙ୍କ ପ୍ରସଂସକଙ୍କୁ କେବେ ବି ହାରାଶ କରନ୍ତି ଏହି ବ୍ୟାଟସମ୍ୟାନ । ଆଉ ଆଜି ପୁଣି ଥରେ ପ୍ରଶଂସକଙ୍କ ବିଶ୍ୱାସ ଜିତିଛନ୍ତି ଏହି ମହାନ କ୍ରିକେଟର । ଇତିହାସ ରଚିଛନ୍ତି ରୋହିତ । କ୍ରିକେଟର ମାଇଲ ଖୁଂଟ । ରୋହିତ ନିଜ ନାଁ ରେ ଯୋଡି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ରେକର୍ଡ ।

ରୋହିତ ଶର୍ମାଙ୍କ କିର୍ତ୍ତୀମାନ ରେକର୍ଡ । ଥରେ ନୁହେଁ, ଦୁଇ ଥର ନୁହେଁ ତୃତୀୟ ଥର ଦ୍ୱିଶତକ ହାସଲ କରିଛନ୍ତି ଭାରତୀୟ କିକେଟର ରୋହିତ । ମୋହାଲିରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତାୟ ଦିନିକିଆରେ ଦ୍ୱିଶତକ ହାସଲ କରି ବିରଳ ରେକର୍ଡ ସ୍ଥାପନ କରିଛନ୍ତି ମହାନ କ୍ରିକେଟର ରୋହିତ ଶର୍ମା ।
ପ୍ରଥମେ ସତର୍କତାର ସହ ଖେଳିଲେ । ତାପରେ ସିଂହଳୀ ବୋଲରଙ୍କ ଉପରେ ବର୍ଷିଲେ ରୋହିତ । ପଡିଆରେ ରୋହିତଙ୍କ ଚୌକା ଓ ଛକ୍କା ବର୍ଷା । ଆଉ ଗ୍ୟାଲେରୀରେ ରୋହିତ, ରୋହିତ ଆବାଜ । ଲାଗୁଥିଲା ଯେମିତି ରୋହିତ ପାଗଳ ହୋଇଯାଇଛନ୍ତି ଦର୍ଶକ ।

ପ୍ରଥମରୁ ଭଲ ପ୍ରଦର୍ଶନ କରିଥିବା ନୂଆନା ପ୍ରଦୀପ ୧୦ ଓଭରରେ ୧୦୬ ରନ ବ୍ୟୟ କରିଥିଲେ । ରୋହିତଙ୍କ ଆକ୍ରମଣରୁ କୌଣସି ସଂହଳୀ ବୋଲର ବାଦ ପଡିନଥିଲେ । ବିରାଟଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ନେତୃତ୍ୱ ନେଇଥିବା ରୋହିତଙ୍କ ଏକ ଦମଦାର ରେକର୍ଡ କରିଛନ୍ତି । ତିନିଥର ଦ୍ୱିଶତକ ହାସଲ କରିବାରେ ରୋହିତ ହେଉଛନ୍ତି ପୃଥିବୀର ଏକମାତ୍ର କ୍ରିକେଟର ।

ଧର୍ମଶାଳାର ରାଗ ମୋହାଲିରେ ମାଡ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ଆଜିର ମ୍ୟାଚରେ । ଦେଖାଇଥିଲେ ତାଙ୍କ ବ୍ୟାଟର କମାଲ । ଶ୍ରୀଲଙ୍କାର ବୋଲରମାନେ ରୋହିତଙ୍କ ମାଡ ଦେଖି ପ୍ରମାଦ ଗଣିଥିଲେ । ଆଉ ଶାନ୍ତ ଭାବେ ଖେଳି ଚାଲିଥିଲେ ଏହି ମହାନ ବ୍ୟାଟସମ୍ୟାନ ।
ରୋହିତଙ୍କ ଜୋଶ ଭରିଥିଲେ ଭାରତୀୟ କ୍ରିକେଟ ପ୍ରେମୀ । ରୋହିତଙ୍କ ବ୍ୟାଟ ସହ ତାଳଦେଇ ଶୁଭେଚ୍ଛା ଜଣାଉଥିଲେ ଦର୍ଶକ । ତାଳିମାଡ, ହୋହଲ୍ଲା ଓ ରୋହିତଙ୍କ ପ୍ରଶଂସାରେ ଚିଲାଉଥିଲେ ଜନତା । ତାଙ୍କର ବ୍ୟକ୍ତିଗତ ସ୍କୋର ୨୦୮ ରନ ବଳରେ ଭାରତ, ଶ୍ରୀଲଙ୍କା ସମ୍ମୁଖରେ ଭାରତ ୩୯୩ ରନର ପାହାଡ଼ ଛିଡ଼ା କରିଛି।

ମୁମ୍ବାଇର ଦକ୍ଷିଣହାତି ବ୍ୟାଟସମ୍ୟାନ ରୋହିତ ଶିଖର ଧାୱନଙ୍କ ଇନିଂସ ଓପନ କରି ୧୫୩ ବଲରୁ ସଂଗ୍ରହ କରିଥିଲେ ୨୦୮ ରନ । ଏଥିରେ ଥିଲା ୧୩ଟି ଚୌକା, ୧୨ଟି ଛକା । ରୋହିତଙ୍କ ବ୍ୟାଟିଂଷ୍ଟ୍ରାଇକ ରେଟ ଥିଲା ୧୩୫.୯୫ ।

ଧର୍ମଶାଳାରେ ଧରାଶାୟୀ ହେବା ପରେ ଭାରତୀୟ କ୍ରିକେଟ ଦଳ ଆଜି ମୋହାଲିରେ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ପୁରା ଦମରେ । ଶ୍ରୀଲଙ୍କା ବିପକ୍ଷରେ ପଞ୍ଜାବର ମୋହାଲିସ୍ଥିତ ପିଏସସି କ୍ରିକେଟ ଷ୍ଟାଡିୟମରେ ବୁଧବାର ଚାଲିଥିବା ୨ୟ ଦିନିକିଆରେ ରୋହିତ କ୍ୟାରିୟରର ୩ୟ ଦ୍ୱିଶତକ ହାସଲ କରିଛନ୍ତି। ଏଭଳି କରିବାରେ ରୋହିତ ହେଉଛନ୍ତି ପ୍ରଥମ ଭାରତୀୟ। ଟସ ଜିଣି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା। ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚ ହେଉଛି ଷ୍ଟାଡିୟମର ସର୍ବୋଚ୍ଚ ସ୍କୋର।

ଶ୍ରୀଲଙ୍କାର ପ୍ରଥମ ଶିକାର ହୋଇଥିଲେ ଶିଖର ଧାଓ୍ଵନ(୬୮)। ସେ ୬୭ ବଲ ଖେଳି ସଚିତ ପଥିରାନାଙ୍କ ବଲ ଲାହିରୁ ଥିରମାନିଙ୍କୁ କ୍ୟାଚ ଦେଇଥିଲେ। ଭାରତ ୨ୟ ଓ୍ଵିକେଟରେ ଶ୍ରେୟସ ଆୟାର(୮୮)କୁ ହରାଇଥିଲା। ଥିରସା ପେରାରାଙ୍କ ବଲ ସବ୍କୁ କ୍ୟାଚ ଦେଇଥିଲେ ଆୟାର। ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ଗତ ଡିସେମ୍ବର ୧୦ରେ ଭାରତ ମାତ୍ର ୨୮ ରନ୍ରେ ୭ଟି ଓ୍ଵିକେଟ ହରାଇଥିବା ବେଳେ ମୋହାଲିରେ ୨୧.୧ ଓଭରରେ ୧୧୫ ରନ୍ ସଂଗ୍ରହ କରିବା ପରେ ପ୍ରଥମ ଓ୍ଵିକେଟ ହରାଇ ଥିଲା। ଦଳର ୨ୟ ଓ୍ଵିକେଟ ୩୨୮ରେ ପଡ଼ିଥିଲା। ସେହିଭଳି ଦଳର ରନ ୩୫୪ରେ ମହେନ୍ଦ୍ର ସିଂହ ଧୋନି(୭) ୫ଟି ବଲ ଖେଳି ଥିରସା ପେରାରାଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା (୮) ଥିରସା ପେରାରାଙ୍କ ବଲ ଲାହିରୁ ଥିରମାନିଙ୍କୁ କ୍ୟାଚ ଦେଇ ଶ୍ରୀଲଙ୍କାର ୪ର୍ଥ ଶିକାର ହୋଇଥିଲେ।

ରୋହିତ ଅଧିନାୟକ ହିସାବରେ ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି। ସେ ୧୧୫ଟି ବଲ ଖେଳି ଏହି ଶତକ ଯୋଡ଼ିଛନ୍ତି। ଏହି ଶତକ ସହିତ ଭାରତୀୟ ଖେଳାଳିଙ୍କ ତାଲିକରେ ରୋହିତ ୪ର୍ଥ ସ୍ଥାନ ହାସଲ କରିଛନ୍ତି। ଶତକ ତାଲିକାରେ ସଚିନ ତେନ୍ଦୁଲକର(୪୯), ବିରାଟ କୋହଲି (୩୨) ଓ ସୌରଭ ଗାଙ୍ଗୁଲି(୨୨) କରିଛନ୍ତି।
ଶ୍ରୀଲଙ୍କାର ବୋଲରମାନେ ଭାରତୀୟ ଖେଳାଳିଙ୍କୁ ପାଭଲିୟନ ଫେରାଇବାକୁ ଯେତେ ଉଦ୍ୟମ କରିଥିଲେ ମଧ୍ୟ ଆଶାନୁରୂପକ ଫଳ ପାଇ ନଥିଲେ। କହିବାକୁ ଗଲେ ଧର୍ମଶାଳାର ପରିସ୍ଥିତି ଓ ମୋହାଲିର ବାତାବରଣ ଶ୍ରୀଲଙ୍କା ଖେଳାଳିଙ୍କ ପାଇଁ ବହୁତ ଅଲଗା ଥିଲା।

ରୋହିତଙ୍କ ପ୍ରଥମ ଦ୍ୱିଶତକ

ରୋହିତ ତାଙ୍କର ପ୍ରଥମ ଦ୍ୱିଶତକ ଅଷ୍ଟ୍ରେଲିଆ ବିରୁଦ୍ଧରେ କରିଥିଲେ । ନଭେମ୍ବର ୨, ୨୦୧୩ରେ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ କରିଥିଲେ ୨୦୮ ରନ ।

ରୋହିତଙ୍କ ଦ୍ୱିତାୟ ଦ୍ୱିଶତକ

ରୋହତଙ୍କ ଦ୍ୱିତାୟ ଶତକ ଆହୁରି ଥିଲା ରୋମାଂଚକର । ନଭେମ୍ବର ୧୪, ଭାରତାର ଇଡେନ ଗାର୍ଡେନରେ ରୋହିତ ରଚିଲେ ନୂଆ ଇତିହାସ । ଦିନିକିଆରେ ୨୬୪ ରନ କରି ସର୍ବାଧିକ ସ୍କୋର କରିବାର ରେକର୍ଡ ନିଜ ନାଁ ରେ କରିଥିଲେ ।