୧୮ ଲକ୍ଷ ଟଙ୍କାର ରେସିଂ ବାଇକ, ୩୦ ହଜାର ଟଙ୍କାର ହେଲମେଟ ! ତଥାପି ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ

204

ଦ୍ରୁତ ଗତି ମହା ବିପତ୍ତି ଏକଥା ଗାଡି ଚଳାଉଥିବା ଲୋକ ବେଶ ଭଲଭାବେ ଜାଣିଥାନ୍ତି । ଏଥିପାଇଁ ଗାଡି ଚଳାଇବା ବେଳେ ଅଧିକାଂଶ ଲୋକ ହେଲମେଟ ପିନ୍ଧାଇଥାନ୍ତି । ସଡକ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ହେଲମେଟ ପିନ୍ଧିବା ମଧ୍ୟ ନିହାତି ଜରୁରୀ । କିନ୍ତୁ ହେଲମେଟ ପାଇଁ ଜୀବନ ଚାଲିଯିବା ଘଟଣା ପ୍ରଥମଥର ପାଇଁ ସାମ୍ନାକୁ ଆସିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

7_555_121517055457ଗତ ଗୁରବାର ରାତିରେ ଜୟପୁରରେ ଭୟଙ୍କର ଦୁର୍ଘଟଣାରେ ରୋହିତ ସିଂହ ନାମକ ଯୁବକ ପ୍ରାଣ ହରାଇଛନ୍ତି । ତେବେ ରୋହିତଙ୍କ ଦୁର୍ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କାରଣ ୩୦ ହଜାର ଟଙ୍କାର ଦାମିକା ହେଲମେଟ ପାଇଁ ସଡକ ଦୁର୍ଘଟଣାରେ ତାଙ୍କ ଜୀବନ ଚାଲି ଯାଇଛି । ଗତ ଦୁଇମାସ ପୂର୍ବେ ୩୪ ବର୍ଷିୟ ରୋହିତ ୧୮ ଲକ୍ଷ ଟଙ୍କା ଦେଇ ଏକ ଦାମୀ ବାଇକ୍ କିଣିଥିଲେ । ଏହି ପାୱାର ବାଇକକୁ ଚଳାଇବା ପାଇଁ ୩୦ ହଜାର ଟଙ୍କା ଦେଇ ଏଜିବି ରେଞ୍ଜ-୩ର ହେଲମେଟ ମଧ୍ୟ କିଣିଥିଲେ । ଏହାସହ ବଡି ସୁରକ୍ଷା ପାଇଁ ୨୫,୦୦୦ ଟଙ୍କାର ଜ୍ୟାକେଟ ମଧ୍ୟ କିଣିଥିଲେ । ଏହି ସବୁ କିଟ୍ ସ୍ପିଡ ବାଇକ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ରୋହିତ କିଣିଥିଲେ ।

କିନ୍ତୁ ଏହି ଦାମୀ କିଟ୍ ପାଇଁ ହିଁ ଦୁର୍ଘଟଣାରେ ରୋହିତଙ୍କ ପ୍ରାଣବାୟୁ ଉଡିଯାଇଥିଲା । ସ୍ଥାନୀୟ ପୋଲିସର କହିବା ଅନୁଯାୟୀ, ଜୟପୁରର ନ୍ୟୁ କଲୋନୀରେ ରହୁଥିବା ରୋହିତ ଗୁରବାର ରାତି ୧୦ଟାରେ ନିଜ ସ୍ପିଡ ବାଇକ ଧରି ଆରମ୍ଭ କରିଥିଲେ ଯାତ୍ରା । ଜବାହାରଲାଲ ନେହେରୁ ମାର୍ଗରୁ ଓଟିଏସ ଅଞ୍ଚଳକୁ ଦ୍ରୁତ ଗତିରେ ଦୌଡୁଥିଲା ରୋହିତଙ୍କ ସ୍ପିଡ ବାଇକ । କିନ୍ତୁ ହଠାତ ମୃତ୍ୟୁର ଫାଶରେ ଛନ୍ଦି ହୋଇଯାଇଥିଲେ ରୋହିତ । ରାସ୍ତା ମଝିରେ ସ୍ପିଡ ବାଇକ ଚାଲୁଥିବା ବେଳେ ଦୁଇଜଣ ଲୋକଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଏକ ବାଇକ ସହ ଧକ୍କା ହୋଇଥିଲା ରୋହିତଙ୍କ ସ୍ପିଡ ବାଇକ । ଏହାପରେ କିଛି ବାଟ ଛିଟିକି ପଡିଥିଲେ ରୋହିତ ।

rohitସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ପରେ ରୋହିତ ଲହୁଲୁହାଣ ହୋଇ ପଡି ରହିଥିଲେ ରାସ୍ତା ମଝିରେ । ମୁଣ୍ଡରେ ହେଲମେଟ ଥିଲା ସତ କିନ୍ତୁ ସ୍ଥାନୀୟ ଲୋକଙ୍କ ଶତଚେଷ୍ଟା ପରେ ମଧ୍ୟ ମୁଣ୍ଡରୁ ବାହାରିନଥିଲା ହେଲମେଟ । ମୁଣ୍ଡରୁ ପ୍ରବଳ ମାତ୍ରାରେ ରକ୍ତ ବାହାରୁଥିଲା । ତେବେ ହେଲମେଟ ନ ବହାରିବାରୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଶେଷରେ ରୋହିତଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଡାକ୍ତରଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ପରେ ହେଲମେଟଟି ଆପଣାଛାଏଁ ଲକ ହୋଇଯାଇଥିଲା । ଯାହାଫଳରେ ରୋହିତଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା ।ତେଣୁ ନାକ ଭିତରେ ରକ୍ତ ଜମାଟ ବାନ୍ଧିବା ଦ୍ୱାରା ରୋହିତଙ୍କ ମୃତ୍ୟୁ ହୋଇଥିଲା ।

ରୋହିତ ଲ୍ୟାଣ୍ଡରୋଭର କମ୍ପାନୀର ସେଲ୍ସ ମ୍ୟାନେଜର ଥିଲେ ।ତିନି ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିଲା । ଦେଢ ବର୍ଷର ପୁଅକୁ ନେଇ ଭଲ ଚାଲିଥିଲା ରୋହିତଙ୍କ ସୁଖର ସଂସାର । ତେବେ ସ୍ପିଡ ବାଇକ ଚଳାଇବା ନିଶା ତାଙ୍କ ପରିବାରକୁ ଅନ୍ଧାରକୁ ଠେଲି ନେଲା । ଦାମୀ ଗାଡି ଓ ହେଲମେଟ ମଧ୍ୟ ବଞ୍ଚାଇପାରିଲାନି ରୋହିତଙ୍କ ଜୀବନ । ତେଣୁ ଗାଡି ଚଳାଇବା ବେଳେ ସାବଧାନତା ସର୍ବଦା ଅବଲମ୍ବନ କରନ୍ତୁ ।