ଟଙ୍କା ଦାନ କଲେ ସିମ୍ବା ଟିମ୍ ! ସିନେମା ସିମ୍ବାରୁ ହୋଇଥିବା ଲାଭରୁ ୫୧ ଲକ୍ଷ ଟଙ୍କା ଦାନ କଲେ ନିର୍ଦ୍ଦେଶକ ।

270

କିଛି ଦିନ ତଳେ ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍’ର ନିର୍ମାତା ସେନାର ବିଧବା କଲ୍ୟାଣ ପାଣ୍ଠିକୁ ଏକ କୋଟି ଟଙ୍କା ଦାନ କରିଥିଲେ । ଯାହା ପରେ ଏପରି ପଦକ୍ଷେପକୁ ଅନେକ ପ୍ରଶଂସା କରାଯାଇଥିଲା । ଏବେ ସେଭଳି କିଛି ରୋହିତ୍ ସେଟ୍ଟୀ କରିଥିବା ଜଣା ପଡ଼ିଛି । ଫିଲ୍ମ ‘ସିମ୍ବା’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ବେଳେ ଏଥିରୁ ମିଳିଥିବା ଲାଭରୁ ୫୧ଲକ୍ଷ ଟଙ୍କା ନିର୍ଦ୍ଦେଶକ ରୋହିତ୍ ସେଟ୍ଟୀ ଦାନ କରିଥିବା ଜଣାପଡ଼ିଛି ।

ମୁମ୍ବାଇ ପୁଲିସର ବାର୍ଷିକ ସାଂସ୍କୃତିକ କାର‌୍ୟ୍ୟକ୍ରମ ଉମଙ୍ଗ ୨୦୧୯ ରେ ଯୋଗ ଦେଇ ରୋହିତ୍ ସେଟ୍ଟୀ ଏହି ରାଶି ମୁମ୍ବାଇ ପୁଲିସ ଫାଉଣ୍ଡେସନକୁ ଦାନ କରିଥିଲେ । ଚେକଟି ରୋହିତ୍ ସେଟ୍ଟୀ ପ୍ରଡକ୍ସନ ହାଉସ୍ ତରଫରୁ ଦିଆ ଯାଇଥିବାବେଳେ ଏହାକୁ ଅଭିନେତା ରଣବୀର ସିଂହ, ଅକ୍ଷୟ କୁମାର,ଅଜୟ ଦେବଗନ ଏବଂ ରୋହିତ୍ ସେଟ୍ଟୀ ମିଶି ଚେକ୍ ହସ୍ତାନ୍ତର କରିଥିଲେ । ଇଭେଣ୍ଟଟି ମୁମ୍ବାଇରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଦ୍ୱାରା ଜାନୁଆରୀ ୨୭ ରେ ଆୟୋଜନ କରାଯାଇଥିଲା । ଯେଉଁଠିକୁ ବଲିଉଡର ଅନେକ ବଡ଼ ବଡ଼ କଳାକାର ଆସି ଯୋଗ ଦେବା ସହ ମୁମ୍ବାଇ ପୁଲିସର କାର‌୍ୟ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ ।